Monday, September 28, 2026
ADVERTISEMENT
Home କୋରାପୁଟ ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ : ସ୍ଵାମୀ ଗିରଫ

ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ : ସ୍ଵାମୀ ଗିରଫ

338
ADVERTISEMENT

ବୋରିଗୁମ୍ମା,୧୫।୩(ଦୟାନିଧି ପଟନାୟକ ):ବୋରିଗୁମ୍ମା ଥାନା ଅନ୍ତର୍ଗତ ନୂଆଗୁଡା ଗ୍ରାମରେ ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ର ମୃତ ହୋଇଥିବା ଜଣାଯାଇଛି। ମୃତ ସ୍ତ୍ରୀ ର ଗୁରୁବାରୀ ପୂଜାରୀ ବୟସ ୨୮ ବର୍ଷ। ଅଭିଯୁକ୍ତ ସ୍ୱାମୀ ମିନ ପୂଜାରୀ କୁ ପୋଲିସ ତୁରନ୍ତ ଗିରଫ କରିଛି। ପୋଲିସ ସୂଚନା ଅନୁସାରେ ଶନିବାର ରାତି ୮ ଟାରେ ନୂଆଗୁଡା ଗ୍ରାମରେ ସ୍ଵାମୀ ମିନ ମଦ ପିଇ ନିଜ ସ୍ତ୍ରୀ ଗୁରୁବାରୀ ସହ ଝଗଡା ଲାଗିଥିଲା। ମଦ ନିଶାରେ ମିନ ମନଇଚ୍ଛା ଗାଳିଗୁଲଜ କରିବା ସହ ସ୍ତ୍ରୀ କୁ ପଇସା ମାଗିଥିଲା। କିନ୍ତୁ ସ୍ତ୍ରୀ ପଇସା ଦେବାକୁ ମନା କରିବାରୁ ପାଖରେ ଥିବା ଏକ ଠେଙ୍ଗା ରେ ନିଜ ସ୍ତ୍ରୀ କୁ ମାରିଥିଲା। ସ୍ୱାମୀର ଠେଙ୍ଗା ମାଡ଼ ରେ ସ୍ତ୍ରୀ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଗ୍ରାମବାସୀ ଖବର ଦେବାପରେ ପୋଲିସ ମିନ ପୂଜାରୀକୁ ଗିରଫ କରିଥିଲା। ଆଜି ସକାଳେ ମୃତ ଗୁରୁବାରୀ ପୂଜାରୀର ଭାଇ ଡମୁ ତଳିଆ ଥାନାରେ ଏତଲା ପ୍ରଦାନ କରିଥିଲେ। କୋରାପୁଟରୁ ସାଇଣ୍ଟିଫିକ ଟିମ ସହ ଅନୁସନ୍ଧାନୀ କୁକୁର ପହଂଚିଥିଲା କେଉଁ କାରଣରୁ ସ୍ତ୍ରୀ ହତ୍ୟା କଲା,ତାହାର ତଦନ୍ତ ଚାଲୁରହିଥିବା ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି। ଏନେଇ ଥାନାରେ କେସ ନମ୍ବର ୪୦ / ୨୦୨୦ ଦଫା ୩୦୨ ରୁଜୁ କରି ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

Advertisement