Thursday, August 13, 2026
ADVERTISEMENT
Home କୋରାପୁଟ ବାୟୁ ପ୍ରଦ୍ୟୁଷଣ ରୋକିବାରେ କର୍ତ୍ତୁପକ୍ଷଙ୍କ ଅବହେଳା

ବାୟୁ ପ୍ରଦ୍ୟୁଷଣ ରୋକିବାରେ କର୍ତ୍ତୁପକ୍ଷଙ୍କ ଅବହେଳା

275
ADVERTISEMENT

କୋରାପୁଟ, ୧୪।୩(ଦୟାନିଧି ପଟନାୟକ ) : କୋରାପୁଟ ଜିଲ୍ଲା ଜୟପୁର ଠାରୁ ବୋରିଗୁମ୍ମା ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଠିକା ସଂସ୍ଥା କୁ ସମ୍ପାଦନ ପାଇଁ ଦିଆଗଲା।ରାଜ ରାସ୍ତା କାର୍ଯ୍ୟ ପାଇଁ ଯେଉଁ ନିୟମ ରହିଛି ତାହା ଏଠାରେ କାର୍ଯ୍ୟକାରୀ ହେଉନଥିବା ଅନୁମାନ ହେଉଛି।ରାସ୍ତା ନିର୍ମାଣ କାର୍ଯ୍ୟ ସମୟରେ ଯେଭଳି ପରିବେଶରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ରାସ୍ତା ଉପରେ ପାଣି ଢାଳିବା କଥା।କିନ୍ତୁ ଏହି କାର୍ଯ୍ୟରେ ପାଣି ନ ଢାଳିବା ଯୋଗୁଁ ଧୂଳିର ଆସ୍ତର ଚାରିପଟେ ଖେଳିଯାଉଛି।ଫଳରେ ଯାତାୟତ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ପୁଣି ସେହି ରାସ୍ତା କଡରେ ଡିଗ୍ରୀ କଲେଜ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ଅବସ୍ତିତ।ସ୍କୁଲ,କଲେଜ ଛୁଟି ପରେ ଦୂର ଦୁରାନ୍ତରୁ ଆସୁଥିବା ଛାତ୍ର ଛାତ୍ରୀ ସେହି ରାଜ ରାସ୍ତା କଡରେ ବସ କୁ ଅପେକ୍ଷା କରିବାକୁ ପଡେ।ସେହି ଅସ୍ୱାସ୍ତ୍ୟକର ପରିବେଶ ପ୍ରତିକୂଳରେ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି।ଏତେ ପରିମାଣରେ ଧୂଳି ଉଡୁଛି ତାହା ବିଦ୍ୟାଳୟ ଭିତରେ ମଧ୍ୟ ପ୍ରବେଶ କରୁଛି ଫଳରେ ପାଠ ପଢିବା ରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ର ଛାତ୍ରୀ।ଛାତ୍ର ଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଛି।ଛାତ୍ର ଛାତ୍ରୀ ଧୁଳି ଯୋଗୁଁ ସ୍ୱାସ୍ଥ୍ୟବସ୍ତା ଖରାପ ହେଉଛି ଏବଂ ପାଠ ପଢିବା ରେ ସମସ୍ୟା ସୃଷ୍ଟି ହେଉଛି ବୋଲି ମତ ପ୍ରକାଶ କରିଛନ୍ତି।ବାଇକ ଆରୋହୀ ଙ୍କ ପାଇଁ ଏହି ରାସ୍ତା କାଳ ସାଜିଛି।


ଜାତୀୟ ରାଜପଥ ର ଯେଭଳି ନିର୍ମାଣ କାର୍ଯ୍ୟ ଚାଲିଛି ପରିବେଶରେ ବାୟୁ ପ୍ରଦୂଷଣ ସୃଷ୍ଟି ହେଉଛି।ଦିନ ସମୟରେ କୁହୁଡ଼ିର ଭ୍ରମ ସୃଷ୍ଟି କରୁଛି।ଫଳରେ ଛୋଟ ବଡ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି।ଛାତ୍ର ଛାତ୍ରୀ ଘଣ୍ଟା ଘଣ୍ଟା ଧରି ବସ କୁ ସେହି ପ୍ରତିକୂଳ ପରିବେଶ ମଧ୍ୟରେ ଅପେକ୍ଷା କରିବାକୁ ପଡୁଛି।ଏଥି ପ୍ରତି ଵିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହୋଇଛି।ଏ ବିଷୟରେ ଆମେ ଜାତୀୟ ରାଜପଥ ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ ସେ କହିଥିଲେ ତୁରନ୍ତ ସମସ୍ୟା ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

Advertisement