ଶୀଘ୍ର ପୈଠ କରନ୍ତୁ ଟିକସ, ନଚେତ ବାଜିବ ଢ଼ୋଲ

238
ADVERTISEMENT

ଲଖନଉ ୩/୭ (ଡି.ଏଚ.ବି): ଟିକସ ଖିଲାପକାରୀଙ୍କ ପାଖରୁ ଟିକସ ଆଦାୟ କରିବାକୁ ଭିନ୍ନ ପନ୍ଥା ଆପଣାଇଛି ଲଖନଉ ନଗର ନିଗମ | ଘର ଟିକସ ଦେଉନଥିବା ବ୍ୟକ୍ତିଙ୍କ ଘର ସାମ୍ନାରେ ଢ଼ୋଲ ବଜାଇ ଟିକସ ଆଦାୟ କରୁଥିବାର ନଜରକୁ ଆସିଛି | ମଙ୍ଗଳବାର ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା | ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ସୃଷ୍ଟି ହେବା ସହ ଟିକସ ମଧ୍ୟ ଆଦାୟ ହୋଇଥିଲା |

କୌଣସି ବିବାହ କାର୍ଯ୍ୟକ୍ରମ ହେଲେ ସାଧାରଣତଃ ଘର ବାହାରେ ଢୋଲ, ମହୁରୀ ବାଜିଥାଏ | ଯାହାକି ଲୋକଙ୍କୁ ଆକୃଷ୍ଟ କରିବା ସହ ଏକ ମାଙ୍ଗଳିକ ମୁହୂର୍ତ୍ତର ଅନୁଭବ କରାଇଥାଏ | କିନ୍ତୁ ଲଖନଉ ନଗର ନିଗମ ଦୀର୍ଘଦିନ ଧରି ଟିକସ ଦେଉନଥିବା ବ୍ୟକ୍ତିଙ୍କ ଘର ସାମ୍ନାରେ ଢୋଲ ବଜାଇଥିଲା | ଯାହାଫଳରେ ଦେଖଣାହାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା |

Advertisement