ବିଜ୍ଞାନ ଓ ପ୍ରଯୁକ୍ତିର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ମହିଳାଙ୍କ ନାମରେ ୧୧ଟି ଚେୟାର ଘୋଷଣା କଲେ ସରକାର

292
ADVERTISEMENT

ନୂଆଦିଲ୍ଲୀ, ୪/୩ (ଡ଼ିଏଚ) : ରାଷ୍ଟ୍ରୀୟ ବିଜ୍ଞାନ ଦିବସ ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତିର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ମହିଳା ବୈଜ୍ଞାନିକଙ୍କ ନାମରେ ୧୧ଟି ଚେୟାର ଘୋଷଣା କରିଛନ୍ତି । ଏହା ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ଯୁବ ମହିଳା ଗବେଷକମାନଙ୍କୁ ଅନୁପ୍ରାଣିତ, ଉତ୍ସାହିତ ଏବଂ ସଶକ୍ତ କରିବା ସହିତ ଉପଯୁକ୍ତ ମାନ୍ୟତା ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହିଳା ସଶକ୍ତିକରଣ ଲାଗି ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି । ଏହି ବର୍ଷର ରାଷ୍ଟ୍ରୀୟ ବିଜ୍ଞାନ ଦିବସର ବାର୍ତ୍ତା – ‘ବିଜ୍ଞାନରେ ମହିଳା’ ଅନୁରୂପ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

କୃଷି, ଜୈବପ୍ରଯୁକ୍ତି, ଇମ୍ୟୁନୋଲୋଜି, ଫାଇଟୋମେଡିସିନ, ଜୈବରସାୟନ, ଭେଷଜ, ସାମାଜିକ ବିଜ୍ଞାନ, ଭୂ-ଭିଜ୍ଞାନ ଓ ପାଣିପାଗ, ଇଞ୍ଜିନିୟରିଂ, ଗଣିତ ଏବଂ ପଦାର୍ଥ ବିଜ୍ଞାନ ଓ ମୌଳିକ ଗବେଷଣା ଲାଗି ୧୧ଟି ଚେୟାର ପ୍ରତିଷ୍ଠା କରାଯାଇଛି ।

ପ୍ରଖ୍ୟାତ ନୃତତ୍ତ୍ଵବିତ ଡଃ ଇରାବତୀ କର୍ବେଙ୍କ ନାମରେ ଗୋଟିଏ ଚେୟାର ପ୍ରତିଷ୍ଠା କରାଯାଇଛି ।

କ୍ରମିକ ସଂଖ୍ୟା

ବୈଜ୍ଞାନିକଙ୍କ ନାମାନୁସାରେ ଚେୟାର

ବୈଜ୍ଞାନିକଙ୍କ ସହ ଜଡିତ କ୍ଷେତ୍ର

୧.

ଡଃ ଅର୍ଚନା ଶର୍ମା (୧୯୩୨-୨୦୦୮) ପ୍ରଖ୍ୟାତ ସାଇଟୋଜେନେଟିଷ୍ଟ

କୃଷି ଏବଂ ଆନୁସଙ୍ଗିକ ଗବେଷଣା

୨.

ଡଃ ଜାନକୀ ଅମ୍ମଲ (୧୮୯୭-୧୯୮୪) ଅଗ୍ରଣୀ ଉଦ୍ଭିଦ ବିଜ୍ଞାନୀ

ଜୈବପ୍ରଯୁକ୍ତି

୩.

ଡଃ ଦର୍ଶନ ରଙ୍ଗନାଥନ (୧୯୪୧-୨୦୦୧) ଜୈବରସାୟନ

ଇମ୍ୟୁନୋଲୋଜି

୪.

ଡଃ ଅଶୀମା ଚାଟାର୍ଜୀ (୧୯୧୭-୨୦୦୬) ବିଶିଷ୍ଟ ରସାୟନବିତ

ଜୈବରସାୟନ, ଫାଇଟୋମେଡିସିନ

୫.

ଡଃ କାଦମ୍ବିନୀ ଗାଙ୍ଗୁଲୀ (୧୮୬୧-୧୯୨୩)

ଭେଷଜ ବିଜ୍ଞାନ

୬.

ଡଃ ଇରାବତୀ କର୍ବେ (୧୯୦୫-୧୯୭୦) ମାନବ ଅଧ୍ୟୟନ

ସାମାଜିକ ବିଜ୍ଞାନ

୭.

ଡଃ ଆନ୍ନା ମଣି (୧୯୧୮-୨୦୦୧) ବିଶିଷ୍ଟ ଭାରତୀୟ ପାଣିପାଗ ବୈଜ୍ଞାନିକ

ପାଣିପାଗ ବିଜ୍ଞାନ

୮.

ଡଃ ରାଜେଶ୍ଵରୀ ଚାଟାର୍ଜୀ (୧୯୨୨-୨୦୧୦) କର୍ଣ୍ଣାଟକର ପ୍ରଥମ ମହିଳା ଇଞ୍ଜିନିୟର

ଇଞ୍ଜିନିୟରିଂ

୯.

ଡଃ ରମଣ ପରିମାଳା (ବି.୧୯୪୮) ଗଣିତଜ୍ଞ (ଭଟନାଗର ପୁରସ୍କାର,୧୯୮୭)

ଗଣିତଜ୍ଞ

୧୦.

ବିଭା ଚୌଧୁରୀ (୧୯୧୩-୧୯୯୧)

ପଦାର୍ଥ ବିଜ୍ଞାନ

୧୧.

କମଳ ରଣଦିବେ (୮ ନଭେମ୍ବର ୧୯୧୭-୨୦୦୧) (ଭେଷଜ)

ଜୈବ ଚିକିତ୍ସା ଗବେଷଣା

Advertisement