Monday, September 21, 2026
ADVERTISEMENT
Home ଜିଲ୍ଲା କେନ୍ଦୁ ପତ୍ର ତୋଳାଳି କର୍ମଚାରୀଙ୍କ ଅନ୍ଦୋଳନ

କେନ୍ଦୁ ପତ୍ର ତୋଳାଳି କର୍ମଚାରୀଙ୍କ ଅନ୍ଦୋଳନ

842
ADVERTISEMENT

ବରଗଡ,୩/୩(ରାକେଶ କୁମାର ଦାସ ) :ପଦ୍ମପୁର ଉପଖଣ୍ଡ କେନ୍ଦୁପତ୍ର ତୋଳାଳି ସଂଘ ତରଫରୁ ଆଜି ପଦ୍ମପୁର ଡି.ଏଫ୍.ଓ.ଙ୍କ ଅଫିସ ଘେରାଉ କରା ଯାଇଥିଲା । ଏହି ଘେରାଉରେ ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ରେଞ୍ଜ ମାନଙ୍କରେ କାର୍ଯ୍ୟରତ ବହୁ ଶ୍ରମିକ, ତୋଳାଳି, ବନ୍ଧାଳୀ, ଚେକର ଆଦି ଯୋଗ ଦେଇ ସରକାରଙ୍କ ବିରୋଧରେ ପଦ୍ମପୁର ଏ.ସି.ଏଫଙ୍କୁ ଏକ ଦାବି ପତ୍ର ଦେବା ସହ ଦରମା ବୃଦ୍ଧି ଏବଂ ବକେୟା ସ୍ଟାଇଫେନ ପ୍ରଦାନ ଏବଂ ଫଡିଘର ଉଚ୍ଛେଦ କୁ ବନ୍ଦ କରିବା ପାଇଁ ଦାବି ଜଣେଇଥିଲେ । ପଦ୍ମ୍ପୁର ପୁର୍ବତନ ବିଧାୟକ ତଥା କେନ୍ଦୁପତ୍ର ତୋଳାଳି ସଂଘର ସଭାପତୀ ପ୍ରଦିପ ପୁରୋହିତ ମଧ୍ୟ ଆନେ୍ଦାଳନରେ ଉପସ୍ଥିତ ଥିଲେ । ଦିର୍ଘ ତିନି ଘନ୍ଟା ଧରି ଆନ୍ଦୋଳନ କାରୀ ମାନେ ଡି.ଏଫ.ଓ. ଅଫିସ ଘେରି ବସିଥିଲେ ।

Advertisement