ଦିଲ୍ଲୀର ହିଂସା ପ୍ରଭାବିତ ଅଂଚଳରେ ବାସ କରୁଥିବା ପ୍ରବାସୀ ଓଡ଼ିଆ ପରିବାରଙ୍କୁ ରିଲିଫ ପ୍ରଦାନ କଲା: ଓଡିଶା ମୋ ପରିବାର

379
ADVERTISEMENT

ନୂଆଦିଲ୍ଲୀ, ୩/୩ (ଲକ୍ଷ୍ମୀ ନାରାୟଣ ବେବର୍ତ୍ତl) : ନିକଟରେ ଉତ୍ତରପୂର୍ଵ ଦିଲ୍ଲୀ ରେ ସୃଷ୍ଟି ହୋଇଯାଇ ଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡ ରେ ପ୍ରଭାବିତ ହୋଇଥିବା ପଚାଶ ରୁ ଉର୍ଦ୍ଧ ପ୍ରଭାବିତ ଓଡ଼ିଆ ପରିବାର ଙ୍କୁ ଓଡିଶା ରାଜ୍ୟ ସରକାର ଙ୍କ ଦ୍ୱାରା ଗଠିତ ଓଡିଶା -ମୋ ପରିବାର ତରଫରୁ ଆଜି ଶୁଖିଲା ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ରିଲିଫ ପ୍ରଦାନ କରାଯାଇଛି ।

ଉତ୍ତରପୂର୍ଵ ଦିଲ୍ଲୀ ର ଭଜନପୁରା, କୌଲନଗର ଅଂଚଳ ରେ ବସବାସ କରି ଆସୁଥିବା ଆନୁମାନିକ ପଚାଶ ରୁ ଉର୍ଦ୍ଧ ପରିବାର ଏହି ହିଂସା ରେ ପ୍ରଭାବିତ ହୋଇ ସମ୍ପୂର୍ଣ ଭାବେ ଭାଙ୍ଗି ପଡି ଭୟଭୀତ ହୋଇ ପଡ଼ିଥିଲେ । ଗତ 27(ସତେଇସି )ତାରିଖ ଦିନ ଦିଲ୍ଲୀ ର ପ୍ରବାସୀ ଓଡ଼ିଆ ସଂଗଠନ “ଓଡ଼ିଆ ମହାମଞ୍ଚ “ତରଫରୁ ଏହାର ଅଧକ୍ଷ ଗୋବର୍ଧନ ଧଳ ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳୀ ସମ୍ପୃକ୍ତ ଅଂଚଳ କୁ ଯାଇ ବାସ୍ତବିକ ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଭାବିତ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ତଥ୍ୟ ସଂଗ୍ରହ କରି କି ଭଳି ତୁରନ୍ତ ଏ ଦିଗରେ ସହାୟତା ପ୍ରଦାନ କରାଯାଇପାରିବ ସେ ସମ୍ପର୍କ ରେ ଓଡିଶା -ମୋ ପରିବାର ର ଆବାହକ ଅରୂପ ପଟନାୟକ, ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଓ. ଏସ. ଡି. ଗୋପବନ୍ଧୁ ଦାସ, ଆଇନ ପରାମର୍ଶ ଦାତା ତଥା ବରିଷ୍ଠ ଆଇନଜୀବୀ ଅବନୀ କୁମାର ସାହୁ ଙ୍କ ସହ ସବିଶେଷ ଆଲୋଚନା କରିବା ସହ ରାଜ୍ୟ ସରକାର ଙ୍କ ଦିଲ୍ଲୀ ସ୍ଥିତ ପ୍ରମୁଖ ଆବାସିକ ଆୟୁକ୍ତ ଓ ସ୍ୱତନ୍ତ୍ର ଆବାସିକ ଆୟୁକ୍ତ ଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଥିଲେପ୍ରଭାବିତ I ପ୍ରବାସୀ ଓଡ଼ିଆ ପରିବାର ମନେ ବିଶେଷକରି ରାଜନଗର ନିର୍ବାଚନ ମଣ୍ଡଳୀ ର ହୋଇଥିବା ଦୃଷ୍ଟି ରୁ ଶ୍ରୀ ଧଳ ରାଜନଗର ର ମାନ୍ୟବର ବିଧାୟକ ଧ୍ରୁବ ସାହୁଙ୍କୁ ମଧ୍ୟ ଘଟଣା ସମ୍ପର୍କ ରେ ଅବଗତ କରାଇଥିଲେ I

ସେ ଯାହାହେଉ ଶେଷରେ ଓଡ଼ିଆ ମହାମଞ୍ଚ ର ଅନବରତ ଉଦ୍ୟମ ଓ ସକ୍ରିୟ ସହଯୋଗ କ୍ରମେ ଆଜି ଅପରାହ୍ନ ରେ ଓଡିଶା -ମୋ ପରିବାର ତରଫରୁ ପ୍ରଭାବିତ ଇଲାକା ଭଜନପୁରା କ୍ରୋଉଲ ନଗର ଠାରେ ପଚାଶ ରୁ ଉର୍ଦ୍ଧ ପରିବାର ଙ୍କୁ ଶୁଖିଲା ଖାଦ୍ୟ ସହ ଅନ୍ୟାନ୍ୟ ରିଲିଫସାମଗ୍ରୀ ରାଜନଗର ର ମାନ୍ୟବର ବିଧାୟକ ଧ୍ରୁବ ଚରଣ ସାହୁ ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା. ରିଲିଫ ପ୍ରଦାନ ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଏଥିରେ ମହାମଞ୍ଚ ର ଅଧକ୍ଷ ଗୋବର୍ଧନ ଧଳ, ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ବେବର୍ତ୍ତl ସାହାପୁରଜାଠ ଦୁର୍ଗାପୂଜା କମିଟି ର ସଦସ୍ୟ ସମରେନ୍ଦ୍ର ନାୟକ,ଶ୍ରୀ ଜଗନ୍ନାଥ ଏକତା ସଙ୍ଘ ର ପ୍ରମୁଖ କର୍ମକର୍ତ୍ତା ସହ ମଞ୍ଚ ର ଅନ୍ୟନ୍ୟ ପ୍ରମୁଖ କର୍ମକର୍ତ୍ତା ଏଥିରେ ଉପସ୍ଥିତ ଥିବା ଦେଖାଦେଇଥିଲା ଓଡିଶା -ମୋ ପରିବାର ତରଫରୁ ଦିଲ୍ଲୀ ରେ ପ୍ରଥମ ଥର ଏହିଭଳି ଏକ ମହତ କାର୍ଯ୍ୟର ସହଯୋଗ ପାଇଁ ପ୍ରବାସୀ ଓଡ଼ିଆ ମନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି I .

Advertisement