ଫେବୃଆରୀ ୨୯, ପ୍ରୟାଗରାଜଠାରେ ସାମାଜିକ ଅଧିକାରିତା ଶିବିରରେ ଦିବ୍ୟାଙ୍ଗଜନ ଓ ବରିଷ୍ଠ ନାଗରିକଙ୍କୁ ସହାୟତା ଉପକରଣ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

252
ADVERTISEMENT

ନୂଆଦିଲ୍ଲୀ, ୨୮/୨ (ଡ଼ିଏଚ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୨୯, ୨୦୨୦ରେ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ବିଶାଳ ଶିବିରରେ ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା ଅଧୀନରେ ବରିଷ୍ଠ ନାଗରିକ ଏବଂ ଏଡିଆଇପି ଯୋଜନା ଅଧୀନରେ ବିଦ୍ୟାଙ୍ଗଜନଙ୍କୁ ସହାୟତା ଉପକରଣ ବଣ୍ଟନ କରିବେ ।

ଏହା ହେଉଛି ଦେଶର ସର୍ବବୃହତ ସହାୟତା ଉପକରଣ ଶିବିର, ଯେଉଁଥିରେ ସର୍ବାଧିକ ସଂଖ୍ୟକ ହିତାଧିକାରୀଙ୍କୁ ସବୁଠୁ ଅଧିକ ମୂଲ୍ୟର ସହାୟତା ଉପକରଣ ବଣ୍ଟନ କରାଯିବ । ଏହି ବିଶାଳ ଶିବିରରେ ୨୬,୦୦୦ରୁ ଅଧିକ ହିତାଧିକାରୀଙ୍କୁ ୫୬,୦୦୦ରୁ ଅଧିକ ବିଭିନ୍ନ ପ୍ରକାରର ସହାୟତା ଉପକରଣ ମାଗଣାରେ ବଣ୍ଟନ କରାଯିବ ।

ଏହି ସହାୟତା ଉପକରଣଗୁଡିକର ମୂଲ୍ୟ ୧୯ କୋଟିରୁ ଅଧିକ । ଏହି ସହାୟତା ଉପକରଣ ବଣ୍ଟନର ଉଦ୍ଦେଶ୍ୟ ହେଉଛି ଦିବ୍ୟାଙ୍ଗଜନ ଏବଂ ବରିଷ୍ଠ ନାଗରିକମାନଙ୍କ ସାମାଜିକ-ଅର୍ଥନୈତିକ ବିକାଶ ଲାଗି ସହାୟତା କରିବା ।

Advertisement