ନୋଭେଲ କରୋନା ଭୂତାଣୁ : ଇରାନ, କୋରିଆ ଓ ଇଟାଲୀ ନଯିବାକୁ ପରାମର୍ଶ

267
PC: The New York Times
ADVERTISEMENT

ନୂଆଦିଲ୍ଲୀ, ୨୭/୨(ପିଆଇବି) : ନୋଭେଲ କରୋନା ଭୂତାଣୁ ପ୍ରକୋପ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ବ୍ୟାପି ଚାଲିଥିବାରୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ଯାତ୍ରା ସତର୍କତା ମାର୍ଗଦର୍ଶିକା ସହିତ ଅତିରିକ୍ତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

• ଅତି ଜରୁରି ହୋଇନଥିଲେ ଭାରତୀୟମାନଙ୍କୁ କୋରିଆ, ଇରାନ ଓ ଇଟାଲୀ ଗସ୍ତ ନକରିବା ଲାଗି ପରାମର୍ଶ ଦିଆଯାଇଛି ।

• କୋରିଆ, ଇରାନ ଏବଂ ଇଟାଲୀରୁ ଆସୁଥିବା ଯାତ୍ରୀ କିମ୍ବା ୧୦ ଫେବୃଆରୀ ୨୦୨୦ ପରେ ଭାରତରେ ପହଁଚିଥିବା ଯାତ୍ରୀଙ୍କୁ ୧୪ ଦିନ ପାଇଁ ଅଲଗା ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇପାରେ ।

• ଏ ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ହେଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ହେଲ୍ପ ଲାଇନ ନମ୍ବର +୯୧-୧୧-୨୩୯୭୮୦୪୬ କିମ୍ବା [email protected]. ଇ-ମେଲରେ ଯୋଗାଯୋଗ କରିବାକୁ କୁହାଯାଇଛି ।

Advertisement