Saturday, October 24, 2026
ADVERTISEMENT
Home ଖେଳ ବିଶ୍ୱକପ୍‌: ଟସ୍‌ ଜିଣି ଫିଲ୍ଡିଂ ନିଷ୍ପତ୍ତି ନେଲା ୱେଷ୍ଟଇଣ୍ଡିଜ୍‌, ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଲା ଶ୍ରୀଲଙ୍କା

ବିଶ୍ୱକପ୍‌: ଟସ୍‌ ଜିଣି ଫିଲ୍ଡିଂ ନିଷ୍ପତ୍ତି ନେଲା ୱେଷ୍ଟଇଣ୍ଡିଜ୍‌, ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଲା ଶ୍ରୀଲଙ୍କା

337
ADVERTISEMENT

ନୂଆଦିଲ୍ଲୀ ୧/୭(ଡ଼ି ଏଚ ବି): ଆଇସିସି ବିଶ୍ୱକପ୍‌ର ୩୯ତମ ମ୍ୟାଚ୍‌ରେ ଆଜି ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ କଡ଼ା ଲଢ଼େଇ ହେବାକୁ ଯାଉଛି । ଇଂଲଣ୍ଡ୍‌ର ରିଭରସାଇଡ୍‌ ଗ୍ରାଉଣ୍ଡ୍‌ରେ ହେବାକୁ ଥିବା ଏହି ମ୍ୟାଚ୍‌ରେ ଦୁଇ ଟିମ୍‌ ଭିତରେ ଜୋର୍‌ଦାର ମୁକାବିଲା ଦେଖିବାକୁ ମିଳିବ। ନବମ ଥର ପାଇଁ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍‌ ଭିତରେ ହେବାକୁ ଥିବା ଲଢ଼େଇରେ ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି। ପଡ଼ିଆକୁ ବ୍ୟାଟ୍‌ ଧରି ଓହ୍ଲାଇଛି ଶ୍ରୀଲଙ୍କା ଟିମ୍‌। ଉଭୟ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍‌ ପରସ୍ପରଙ୍କୁ ୮ଟି ବିଶ୍ୱକପ୍‌ ମ୍ୟାଚ୍‌ରେ ପ୍ରତିଦ୍ୱନ୍ଦିତା କରି ସାରିଲେଣି। ଖେଳା ଯାଇଥିବା ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ୱେଷ୍ଟଇଣ୍ଡିଜ୍‌ ସର୍ବାଧିକ ମ୍ୟାଚ୍‌ରେ ବିଜୟ ହାସଲ କରିଛି। ସମୁଦାୟ ୮ଟି ମ୍ୟାଚ୍‌ ମଧ୍ୟରୁ ୩ଟିରେ ଶ୍ରୀଲଙ୍କା ବିଜୟ ଲାଭ କରିଥିବା ବେଳେ ୪ଟିରେ ୱେଷ୍ଟଇଣ୍ଡିଜ୍‌ ବିଜୟ ହାସଲ କରିଛି। ଆଉ ଗୋଟିଏ ମ୍ୟାଚ୍‌ ବାତିଲ୍‌ ହୋଇଯାଇଛି। କୌଣସିଟି ମ୍ୟାଚ୍‌ ଅମିମାଂସିତ ହୋଇନାହିଁ। ଆଜିର ମ୍ୟାଚ୍‌ରେ ବି ୱେଷ୍ଟଇଣ୍ଡିଜ୍‌ର ଜିତିବାର ଆଶା ୬୫ ପ୍ରତିଶତ ରହିଛି ବୋଲି ପୂର୍ବରୁ ଖେଳ ବିଶେଷଜ୍ଞମାନେ ମତ ରଖିଛନ୍ତି।

Advertisement