Tuesday, September 22, 2026
ADVERTISEMENT
Home କେନ୍ଦୁଝର ବଡବିଲ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଭିଜଲାନ୍ସ ଚଢ଼ାଉ

ବଡବିଲ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଭିଜଲାନ୍ସ ଚଢ଼ାଉ

364
ADVERTISEMENT

ବଡ଼ବିଲ,୨୫।୨,(ସୀତାରାମ ଦୀକ୍ଷିତ) : ବଡବିଲ ତହସିଲ୍ ଅଧିନସ୍ଥ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ୍। ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ଅତିରିକ୍ତ ରାଜସ୍ବନିରୀକ୍ଷକ ରାମେଶ୍ବର ମାରାଣ୍ଡି। ଘଟଣାରୁ ଜଣାପଡେ କି ବଡ଼ବିଲ କରାକୋଲା ଗ୍ରାମର ଯକ୍ରିଏସ କିଷ୍ପଟା ନାମକ ବ୍ୟକ୍ତି ତାଙ୍କର ଜମି ଚିହ୍ନଟ ପାଇଁ  ବିଗତ ଦୁଇ ମାସ ତଳେ ଆବେଦନ କରିଥିଲେ ତାଙ୍କ ଜମି ଚିହ୍ନଟ ପାଇଁ ଅତିରିକ୍ତ ରାଜସ୍ବ ନିରୀକ୍ଷକ୫୦୦୦  ଟଙ୍କା ମାଗିଥିଲେ । ଏ ବାବଦରେ ଯକ୍ରିଏସ କେନ୍ଦୁଝର ଜିଲ୍ଲାର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ ଆଜି ଭିଜିଲାନ୍ସ ଡିଏସପି ଦେବଦତ୍ତ ସିଁ ଯୋଜନା ମୁତାବକ ରାଜସ୍ବ କାର୍ଯ୍ୟାଳୟରେ ପହଞ୍ଚି ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଅତିରିକ୍ତ ରାଜସ୍ବ ନୀରକ୍ଷକ ରାମେଶ୍ବର ମାରାଣ୍ଡିଙ୍କୁ ଗିରଫ କରିଛନ୍ତି ।

Advertisement