କେନ୍ଦୁଝର,୨୩।୦୭(ଡ଼ି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ୨୦ ନମ୍ବର ଜାତୀୟ ରାଜପଥ ରଜିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟିହେଲା ଥାର୍ ଗାଡି। ଦୁର୍ଘଟଣାରେ ଗୋଟିଏ ପରିବାରର ତିନିଜଣକର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି । ୩ ମୃତକ ହେଲେ ତ୍ରିଲୋଚନ ଆପଟ,ସ୍ତ୍ରୀ କଇଁଫୁଲ ଆପଟ ଓ ଭାଇ ଭାସ୍କର ଆପଟ l

















