ଭାରତ -ଆମେରିକା ବନ୍ଧୁତ୍ୱର ନୁଆ ଯୁଗ ଆରମ୍ଭ

269
ADVERTISEMENT

ଅହମ୍ମଦାବାଦ ,୨୪।୨(ଡି.ଏଚ): ଆଜି ରାଷ୍ଟ୍ରପତି ଟ୍ରମ୍ପ ଠାରୁ ସପରିବାର ନିଜର ଦୁଇଦିନିଆ ଭାରତ ଗସ୍ତ ଆରମ୍ଭ କରିଛନ୍ତି । ଏବଂ ଅନେକ ସମୟରେ ସେ ତାଙ୍କର ଟୁଇଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେହିପରି ଅହମ୍ମଦାବାଦରେ ଅବତରଣ କରିବା ପୂର୍ବରୁ ନିଜର ବ୍ୟକ୍ତଗତ ସରକାରୀ ବିମାନ ଏୟାର ଫୋର୍ସ ଓ୍ଵାନ ଭିତରେ ଥାଇ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଟୁଇଟର ହାଣ୍ଡେଲରେ କରିଥିବା ଏକ ହିନ୍ଦୀ ଟୁଇଟ୍‌କୁ କେନ୍ଦ୍ର କରି ଏବେ ସୃଷ୍ଟି ହୋଇଛି ବିଶ୍ୱବ୍ୟାପୀ ଚର୍ଚ୍ଚା।

କରିଥିବା ନିଜ ହିନ୍ଦୀ ଟୁଇଟ୍‌ରେ ରାଷ୍ଟ୍ରପତି ଟ୍ରମ୍ପ ଲେଖିଛନ୍ତି, ‘ପ୍ରଥମ ମହିଳା (ଫାଷ୍ଟ ଲେଡି) ଔର ମେଁ ଇସ୍‌ ଦେଶ କେ ହର୍‌ ନାଗରିକ କୋ ଏକ ସନ୍ଦେଶ ଦେନେ କେ ଲିୟେ ଦୁନିିଆ କା ୮୦୦୦ ମାଇଲ୍‌ କା ଚକ୍କର ଲଗା କେ ଆୟା ହୈ। ଆମେରିକୀ ଭାରତ କୋ ପ୍ରେମ୍‌ କର୍‌ତା ହୈ- ଔର ଆମେରିକା କେ ଲୋଗ ହମେସା ଭାରତ କେ ଲୋଗୋ କା ସଚ୍ଚା ଓର ନିଷ୍ଠାବାନ ଦୋସ୍ତ ରହେଗେଁ’। ରାଷ୍ଟ୍ରପତି ଟ୍ରମ୍ପଙ୍କର ଏ ହିନ୍ଦୀ ଟୁଇଟ ପଢ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସ୍କୃତରେ ଟୁଇଟରରେ ଏହାର ଉତ୍ତର ରଖିଥଲେ, ‘ଅତିଥି ଦେବୋଭବଃ।’

Advertisement