ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ଅଭିଭାଷଣ ରଖିଲେ

273
IC:ANI
ADVERTISEMENT

ଅହମଦାବାଦ, ୨୪/୨ (ଡ଼ିଏଚ) : ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ଅଭିଭାଷଣ ରଖିଲେ I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିବା ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ 5 ମାସ ତଳେ ଆମେରିକାର ହ୍ୟୁଷ୍ଟନ ସହରରେ ଆୟୋଜିତ ହୋଇଥିବା ହାଓଡି ମୋଦୀ କାର୍ଯ୍ୟକ୍ରମକୁ ମନେପକାଇଥିଲେ ଆଉ କହିଥିଲେ 5 ମାସ ତଳେ ମୁଁ ଆମେରିକା ଯାଇକି ହାଓଡି ମୋଦୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି ଆଉ ଆଜି ମୋ ବନ୍ଧୁ ଟ୍ରମ୍ପ ଅହମ୍ମଦାବାଦ ଆସିଛି ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ନିଜ ଅଭିଭାଷଣ ରଖିବା ପାଇଁ ଅନୁରୋଧ କରିଥିଲେ ।

ଏହା ପରେ ମୋଟରା  ଷ୍ଟାଡିୟମରେ ଉପସ୍ଥିତ ଥିବା ଦେଢ ଲକ୍ଷ ଲୋକଙ୍କୁ ହିନ୍ଦୀରେ ନମସ୍ତେ କହିକି ନିଜ ଅଭିଭାଷଣ ଆରମ୍ଭ କରିଥିଲେ ଟ୍ରମ୍ପ । ଭାରତ ଆସିବା ଏକ ଗର୍ବର ବିଷୟ, ନରେନ୍ଦ୍ର ମୋଦୀ ଜଣେ ଚାମ୍ପିୟନ ନେତା, ଭାରତକୁ ବିକାଶ ଦିଗରେ ନେବାରେ ନରେନ୍ଦ୍ର ମୋଦୀଙ୍କର ବଡ ଅବଦାନ ରହିଛି ।

ମୁଁ ଓ ମୋ ପତ୍ନୀ 8000 ମାଇଲ ଦୂରତା ଅତିକ୍ରମ କରି ଏଠାରେ ପହଁଞ୍ଚିଛୁ । ଆମେରିକା ଭାରତର ବନ୍ଧୁ ଅଟେ, ଆମେରିକା ଓ ଆମେରିକୀୟ ମାନେ ଭାରତର ସମ୍ମାନ କରିଥାନ୍ତି ।

ଏହା ପରେ ନିଜ ଅଭିଭାଷଣରେ ଟ୍ରମ୍ପ କହିଲେ ମୋତେ ଏଠାରେ ଘୋଷଣା କରିବାକୁ ଖୁସି ଲାଗୁଛି ଯୋ ଆସନ୍ତା କାଲି ନୂଆ ଦିଲ୍ଲୀରେ ଦୁଇ ଦେଶର ପ୍ରତିନୀଧି ମାନଙ୍କ ମଧ୍ୟରେ 3 ବଲିୟନ ଡ଼ଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର କିଣା ବିକା ନେଇ ଏକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷାରିତ ହେବ । ଯେଉଁ ଚୁକ୍ତିରେ ଭାରତୀୟ ସୈନ୍ୟ ମାନେ ଆମେରିକାର ସ୍ୱତନ୍ତ୍ର ତଥା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ହାସଲ କରିବାର ବାଟ ଫିଟିବ ।

ଏହା ପରେ ଇସଲାମ ଆତଙ୍କବାଦକୁ ମଧ୍ୟ ନିଜ ଭାଷଣରେ ଟାର୍ଗେଟ କଲେ ରାଷ୍ଟ୍ରପତି ଟ୍ରମ୍ପ । ଇସଲାମ ଆତଙ୍କବାଦୀ ଦ୍ୱାରା ପ୍ରାୟୋଜିତ ବିଭିନ୍ନ ହିଂସାକାଣ୍ଡରୁ ନିଜ ଦେଶର ନାଗରିକ ମାନଙ୍କୁ ସୁରକ୍ଷା ଦେବା ପାଇଁ ଦୁଇ ଦେଶ ସବୁବେଳେ ମଶିକି କାମ କରିବ ।

ଭାରତର ରାଷ୍ଟ୍ରପତି ନରେନ୍ଦ୍ର ମୋଦୀ କେବଳ ଗୁଜୁରାଟର ଗୌରବ ନୂହେଁ ସେ ସମଗ୍ର ଭାରତର ଗର୍ବ । ତା ଙ୍କ ଜୀବନି ହିଁ ଦର୍ଶାଉଛି ଯଦି ଇଚ୍ଛା ଶକ୍ତି ଦୃଢ ଥିବ ତେବେ ଜଣେ ଯୋ କୌଣସି ବି ଲକ୍ଷ୍ୟ ହାସଲ କରିବାର ସକ୍ଷମ ହୋଇପାରିବ । କଠୋର ପରିଶ୍ରମ ଓ ନିଷ୍ଠା ସାହାର୍ଯ୍ୟରେ ଭାରତୀୟ ମାନେ ଯେକୌଣସି ବି ଲକ୍ଷ୍ୟ ହାସଲ କରିପାରିବେ ।

ଏହା ସହ ନିଜ ଭାଷଣରେ ଟ୍ରମ୍ପ ଭାରତର ପ୍ରମୁଖ ବର୍ବ ଦିପାବଳୀ, ହୋଲି ଭଳିଆ ମୁଖ୍ୟ ପର୍ବ ମାନଙ୍କ ସମ୍ୱନ୍ଧରେ ମଧ୍ୟ ନିଜ ବୟାନ ରଖିଲେ । ଭାରତରେ ଆଜି ହିନ୍ଦୁ, ମୁସଲିମ, ଶିଖ, ଇସାଇ, ଜୈନଙ୍କ ଭଳି ଅନେକ ଧର୍ମର ଲୋକେ ବାସ କରୁଛନ୍ତି କେବଳ ସେତିକି ନୂହେଁ ଭାରତରେ ଲୋକମାନଙ୍କ ଭାଷା ମଧ୍ୟ ସମାନ ନୂହେଁ 12ରୁ ଉର୍ଦ୍ଧ୍ୱ ଭାଷାରେ ଲୋକମାନେ କଥା ହୋଇଥାନ୍ତି ତଥାପି ଏଠାରେ ଲୋକମାନେ ଏକାଠି ହୋଇ ଗୋଟିଏ ଶକ୍ତି ଭଳି ମିଶିକି ରହୁଛନ୍ତି । ଆମେରିକାର ପ୍ରଗତିତେ ଆମେରିକାର ବସ ବାସ କରୁଥିବା ଭାରତୀୟ ମାନଙ୍କର ବହୁତ ବଡ ଯୋଗଦାନ ରହିଛି ।

ବଲିଉଡ ଚଳଚ୍ଚିତ୍ରର କଥା ମଧ୍ୟ ଟ୍ରମ୍ପ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ ଭାରତରେ ବର୍ଷକୁ 2000ଟି ଚଳଚ୍ଚିତ୍ର ମୁକ୍ତିଲାଭ କରୁଛି ଭାରତୀୟ ଚଳଚ୍ଚିତ୍ରକୁ ଆମେରିକାରେ ମଧ୍ୟ ଲୋକେ ବହୁତ ପସନ୍ଦ କରନ୍ତି । ଭାରତୀୟ ନୃତ୍ୟ ଭାଙ୍ଗଡାର ମଧ୍ୟ ସମଗ୍ର ପୃଥିବୀରେ କିଛି ସ୍ୱତନ୍ତ୍ର ପରିଚୟ ରହିଛି । ସେହିଭଳି ଶାହରୁଖ ଖାନଙ୍କ ଅଭିନୀତ ଦିଲ ୱାଲେ ଦୁଲହନିୟା ଲେ ଯାୟଙ୍ଗେ ଚଳଚ୍ଚିତ୍ର ଆମେରିକାରେ ମଧ୍ୟ ବହୁତ ପ୍ରସିଦ୍ଧ ଲାଭ କରିଛି ।

ସଚିନ ଓ ବିରାଟ କୋହଲୀଙ୍କ କଥା ମଧ୍ୟ ନିଜ ଅଭିଭାଷଣରେ କହିଥିଲେ ଟ୍ରମ୍ପ । ଭାରତ ଦୁନିଆକୁ ସଚିନ ଓ ବିରାଟଙ୍କ ଭଳି ବଡ ବଡ ଖେଳାଳିଙ୍କୁ ପ୍ରଦାନ କରିଛି ।   

ତେବେ ଏତିକି ନୂହେଁ ମୋଦୀଙ୍କ ଶାସନରେ ଭାରତ ଆଜି ସମଗ୍ର ପୃଥୀବିରେ ଗୋଟିଏ ଆର୍ଥିକ ମହାଶକ୍ତି ରୂପେ ଉଭା ହୋଇଛି । ଅର୍ଥନୀତି ପ୍ରଗତିରେ ଭାରତ ଆଜି ଖୁବ ପ୍ରଗତି କରିଛି । ଓ ଏଥିରେ ନରେନ୍ଦ୍ର ମୋଦୀଙ୍କର ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କିଛି ବର୍ଷ ମଧ୍ୟରେ ଭାରତରେ ଗରିବି ସୀମା ରେଖା ତଳେ ରହୁଥିବା ଲୋକମାନ ଆଜି ଗରୀବି ସୀମାରେଖାରୁ ବାହାରି ପାରିଛନ୍ତି । 

ତେବେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତର କିଛି ପ୍ରମୁଖ ତଥ୍ୟା ଜନମଙ୍ଗଳକାରୀ ଯୋଜନା ବିଷୟରେ ମଧ୍ୟ ନିଜ ଅଭିଭାଷଣରେ ମତ ରଖିଥିଲେ । ପ୍ରତି ଘରକୁ ଗ୍ୟାସ ସିଲିଣ୍ଡର ପହଁଞ୍ଚାଇବା ପଇଁ ଆରମ୍ଭ ହୋଇଥିବା ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ପ୍ରତି ଲୋକଙ୍କୁ ଇଣ୍ଟରନେଟ ସହ ଯୋଡିବାର ଯେଉଁ ପ୍ରୟାସ ଭାରତ ସରକାର ଜାରି ରଖିଛନ୍ତି ତାହାକୁ ମଧ୍ୟ ବେଶ ପ୍ରଶଂସା କରିଥିଲେ ରାଷ୍ଟ୍ରପତି ଡୋନଲଡ ଟ୍ରମ୍ପ । 

Advertisement