ଭାରତ ଆପଣଙ୍କୁ ସ୍ଵାଗତ କରିବା ପାଇଁ ଅପେକ୍ଷା କରିଛି, ଆମେରିକା ରାଷ୍ଟ୍ରପତିଙ୍କୁ କହିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

391
Image: PIB
ADVERTISEMENT

ନୂଆଦିଲ୍ଲୀ,୨୪/୨(ଡ଼ିଏଚ) : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇଦିନିଆ ଭାରତ ଗସ୍ତ ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଭାରତ ଆପଣଙ୍କୁ ସ୍ଵାଗତ କରିବା ପାଇଁ ଅପେକ୍ଷା କରିଛି । ”

ଆଜି ଏକ ଟ୍ଵିଟ୍ଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆପଣଙ୍କ ଗସ୍ତ ଆମ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ଵକୁ ଆହୁରି ସୁଦୃଢ କରିବ । ଅହମ୍ମଦାବାଦରେ ଆପଣଙ୍କୁ ଖୁବ ଶୀଘ୍ର ସାକ୍ଷାତ କରିବା ପାଇଁ ମୁଁ ଅପେକ୍ଷା କରିଛି । ”

ଆଜି ଅହମ୍ମଦାବାଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପହଞ୍ଚିବେ । ସେ ସାବରମତି ଆଶ୍ରମ ପରିଦର୍ଶନ କରିବା ସହ ମୋଟେରା ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ’ କାର୍ୟ୍ୟକ୍ରମରେ ଯୋଗଦେବେ ।

ସେ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିବେ । ସେଠାରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ଗୁରୁତ୍ଵପୂର୍ଣ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ ।

Advertisement