ଅଯୋଧ୍ୟାରେ ରାମମନ୍ଦିରର ଭୂମି ପୂଜା ପାଇଁ ଟ୍ରଷ୍ଟ ମୋଦିଙ୍କୁ ଆମନ୍ତ୍ରଣ କଲେ

323
ADVERTISEMENT

ଅଯୋଧ୍ୟା,୨୧।୨(ଡି.ଏଚ) : ଉତ୍ତରପ୍ରଦେଶ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ହେବ ନାହିଁ, କେବଳ ଭୂମି ପୂଜା ହେବ। ଆଉ ଏହି ପୂଜା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରଣ କରାଯାଇଛି ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ସୂଚନା ଦେଇଛନ୍ତି। ଗୁରୁବାର ମହନ୍ତ ନୃତ୍ୟ ଗୋପାଳଙ୍କ ନେତୃତ୍ୱରେ ଟ୍ରଷ୍ଟର ସଦସ୍ୟ ମୋଦିଙ୍କୁ ଭେଟିଥିଲେ। ଏହା ଏକ ସୌଜନ୍ୟମୂଳକ ବୈଠକ ଥିବା ବେଳେ ମୋଦିଙ୍କ ସହ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ ରହିଥିଲା। ଏହି ବୈଠକରେ ମୋଦି ଟ୍ରଷ୍ଟର ସଦସ୍ୟଙ୍କ ସହ ବହୁ ସମୟ ଧରି ଆଲୋଚନା କରିଥିଲେ। ଏହାପରେ ଟ୍ରଷ୍ଟର ସଦସ୍ୟମାନେ ମୋଦିଙ୍କୁ ଅଯୋଧ୍ୟା ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ତେବେ ଏହାର ଉତ୍ତରରେ ମୋଦି କହିଛନ୍ତି, ଖୁବ୍‌ ଶୀଘ୍ର ସେ ଅଯୋଧ୍ୟା ଆସିବେ। ଅପରପକ୍ଷେ ରାମ ମନ୍ଦିର ନିର୍ମାଣ ପାଇଁ ସମସ୍ତେ ବହୁ ସମୟ ଧରି ଅପେକ୍ଷା କରି ରହିଛନ୍ତି। ହେଲେ ଆଉ ନୁହେଁ, ଏବେ ଏହାର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେଵ ବୋଲି କହିଛନ୍ତି।

Advertisement