ଅରୁଣାଚଳ, ୨୦/୨(ଡ଼ିଏଚ) : ମିଜୋରାମ ଓ ଅରୁଣାଚଳ ପ୍ରଦେଶ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
“ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ନିଆରା ମିଜୋରାମବାସୀଙ୍କୁ ଅଭିନନ୍ଦନ । ଏହି ରାଜ୍ୟର ସମୃଦ୍ଧ ସଂସ୍କୃତିକୁ ନେଇ ଆମେ ଗର୍ବିତ । ବିଭିନ୍ନ କ୍ଷେତ୍ରରେ ମିଜୋରାମର ଲୋକମାନେ ଉତ୍କର୍ଷ ହାସଲ କରିଛନ୍ତି ଏବଂ ଭାରତର ଅଭିବୃଦ୍ଧିରେ ଯୋଗଦାନ ଦେଇଛନ୍ତି । ଆଗାମୀ ବର୍ଷରେ ମିଜୋରାମର ବିକାଶ ପାଇଁ କାମନା କରୁଛି ।
ଅରୁଣାଚଳ ପ୍ରଦେଶ ସ୍ଥାପନା ଦିବସରେ ରାଜ୍ୟବାସୀଙ୍କୁ ଶୁଭକାମନା । ଏହି ରାଜ୍ୟ ଦେଶାତ୍ମବୋଧତା ଓ ଦେଶର ପ୍ରଗତି ପ୍ରତି ଦୃଢ ପ୍ରତିବଦ୍ଧତାର ପରିଚୟ ଦେଇଆସିଛି । ଅରୁଣାଚଳ ପ୍ରଦେଶର ନିରନ୍ତର ପ୍ରଗତି କାମନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।


















