ତାମିଲନାଡ଼ୁ, ୨୦/୨(ଡ଼ିଏଚ) : ତିରୁପ୍ପୁର ଜିଲ୍ଲା ବସ ଦୁର୍ଘଟଣାରେ ହୋଇଥିବା ଜୀବନହାନିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
“ତାମିଲନାଡ଼ୁର ତିରୁପ୍ପୁର ଜିଲ୍ଲା ବସ ଦୁର୍ଘଟଣା ଜନିତ ମୃତ୍ୟୁ ଖବରରେ ଗଭୀର ଭାବେ ମର୍ମାହତ । ଏହି ଦୁଃଖଦ ମୂହୁର୍ତ୍ତରେ ମୃତକଙ୍କ ପରିବାର ପ୍ରତି ମୋର ସମବେଦନା ଏବଂ ପ୍ରାର୍ଥନା । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

















