ଭାରତ ସରକାରଙ୍କ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ ବିଆଇଏସଏଜିକୁ ବିଆଇଏସଏଜି (ଏନ) ଭାବେ ଉନ୍ନୀତ କରିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

313
Image: technologyforyou
ADVERTISEMENT

ନୂଆଦିଲ୍ଲୀ,୧୯/୨(ଡିଏଚ): ଭାରତ ସରକାରଙ୍କ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ ଗୁଜରାଟର ଭାସ୍କରାଚାର୍ୟ୍ୟ ମହାକାଶ ଗବେଷଣା ଏବଂ ଭୂସୂଚନା ସଂସ୍ଥାନ (ବିଆଇଏସଏଜି)କୁ ଭାଷ୍କରାଚାର୍ୟ୍ୟ ଜାତୀୟ ମହାକାଶ ଗବେଷଣା ଏବଂ ଭୂସୂଚନା ସଂସ୍ଥାନ (ବିଆଇଏସଏଜି-ଏନ) ଭାବେ ଉନ୍ନୀତ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ।

ଲାଭ

୧. ବିଆଇଏସଏଜିରେ ବର୍ତ୍ତମାନ କାର୍ୟ୍ୟରତ ଦକ୍ଷ କର୍ମଚାରୀଙ୍କ ସେବା ଦକ୍ଷତା ଓ ନବୀନତାକୁ ବଜାୟ ରଖାଯିବ । ଯାହାଦ୍ୱାରା ସେମାନେ ଯେପରି ଅଛନ୍ତି ଏବଂ ଯେଉଁଠାରେ ଅଛନ୍ତି ସେହି ଆଧାରରେ ଜାତୀୟ ସ୍ତରର ସଂସ୍ଥାନରେ ସାମିଲ ହୋଇପାରିବେ ।

୨. ଗତିବିଧିର ସମ୍ପ୍ରସାରଣ ପରିଧିକୁ କାର୍ୟ୍ୟକାରୀ କରିବାର ସୁବିଧା ପ୍ରଦାନ କରିବା ।

୩. ଗତିବିଧି ସମ୍ପ୍ରସାରଣ ପରିଧିର କାର୍ୟ୍ୟାନ୍ୱୟନ ଏବଂ ଜିଆଇ ପ୍ରକଳ୍ପକୁ ଦକ୍ଷତାର ସହ ଶୁଭାରମ୍ଭ କରିବା ।

୪. ଗତିବିଧିର ସମ୍ପ୍ରସାରିତ ପରିଥି, ସହାୟତା, ଗବେଷଣା ଓ ବିକାଶ ଏବଂ ପ୍ରଯୁକ୍ତି ବିକାଶକୁ କାର୍ୟ୍ୟକାରୀ କରିବା ।

୫. ସ୍ଥାନୀୟ ନିର୍ଣ୍ଣୟ ସହାୟତା ପ୍ରଣାଳୀ ମାଧ୍ୟମରେ ବିକାଶ ଯୋଜନା ଏବଂ ଉନ୍ନତ ଶାସନ ସୁବିଧା ପ୍ରଦାନ କରିବା ।

Advertisement