ନୂଆଦିଲ୍ଲୀ,୧୯/୨(ଡିଏଚ) ; ଆଜି ଛତ୍ରପତି ଶିବାଜୀ ମହାରାଜଙ୍କୁ ଜନ୍ମାବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ମାତାର ମହାନ ସନ୍ତାନ, ଅଦମ୍ୟ ସାହସ, କରୁଣା ଏବଂ ସୁଶାସନର ପ୍ରତୀକ ଛତ୍ରପତି ଶିବାଜୀ ମହାରାଜଙ୍କୁ ତାଙ୍କ ଜନ୍ମାବାର୍ଷିକୀରେ ମଥାନତ କରି ଶ୍ରଦ୍ଧାଞ୍ଜଳି ଜଣାଉଛି । ତାଙ୍କ ଜୀବନୀ ଅଗଣିତ ଜନତାଙ୍କ ମାର୍ଗଦର୍ଶନ କରୁଛି । ଛତ୍ରପତି ଶିବାଜୀ ଜଣେ ମହାନ ଯୋଦ୍ଧା ଓ ପ୍ରଶାସକ ଭାବେ ନିଜ ଛାପ ଛାଡି ଯାଇଛନ୍ତି ।
ସେ ଏକ ସୁଦୃଢ ନୌବାହିନୀଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ଜନକଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରିଥିଲେ । ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ପ୍ରତିବାଦ ଲାଗି ସେ ସର୍ବଦା ସ୍ମରଣୀୟ ହୋଇ ରହିବେ” ।



















