ମୁମ୍ବାଇର ଜିଏସ୍‌ଟି ଭବନରେ ଭୟାବହ ଅଗ୍ନିକାଣ୍ଡ

199
ADVERTISEMENT

ମୁମ୍ବାଇ,୧୭/୨(ଡି.ଏଚ) : ଆଜି ପୂର୍ବାହ୍ନରେ ମୁମ୍ବାଇର ଭାୟଖଲା ଅନ୍ତର୍ଗତ ମହାରାଣା ପ୍ରତାପ ଚୌକ୍‌ ଠାରେ ଥିବା ଜିଏସ୍‌ଟି ଭବନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କୋଠା ମଧ୍ୟରେ କେତେକ ଲୋକ ରହିଯାଇଥିବା ଆଶଙ୍କା କରାଯାଉଛି। ପ୍ରାପ୍ତ ସୂଚନା ଅନୁସାରେ, ଜିଏସ୍‌ଟି ଭବନର ୮ମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ସେଠାରୁ ନିଆଁ ୯ମ ମହଲାକୁ ବ୍ୟାପୀ ଯାଇଛି। ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୯ଟି ଦମକଳ ଉଦ୍ୟମ ଚଳାଇଛନ୍ତି। ଅଟ୍ଟାଳିକାର ୮ମ ଓ ୯ମ ମହଲାରୁ ପ୍ରବଳ କଳାଧୂଆଁ ଉଠୁଛି। କେଉଁ କାରଣରୁ ଜିଏସ୍‌ଟି ଭବନରେ ନଆଁ ଲାଗିଲା, ତାହା ଜଣାପଡ଼ିନାହିଁ। ଏଥିରେ କେହି ମୃତାହତ ହୋଇଥିବାର ସୂଚନା ମଧ୍ୟ ମିଳିନାହିଁ।

Advertisement