Wednesday, November 18, 2026
ADVERTISEMENT
Home ଜାତୀୟ ଲୋକଙ୍କର ଆନ୍ଦୋଳନ କରିବାର ଅଧିକାର ଅଛି, କିନ୍ତୁ ସେମାନେ ରାସ୍ତା ଅବରୋଧ କରିପାରିବେ ନାହିଁ :...

ଲୋକଙ୍କର ଆନ୍ଦୋଳନ କରିବାର ଅଧିକାର ଅଛି, କିନ୍ତୁ ସେମାନେ ରାସ୍ତା ଅବରୋଧ କରିପାରିବେ ନାହିଁ : ସୁପ୍ରିମକୋର୍ଟ

338
ADVERTISEMENT

ନୂଆଦିଲ୍ଲୀ,୧୭/୨(ଡି.ଏଚ) : ନୂଆଦିଲ୍ଲୀର ଶାହିନ ବାଗରେ ଚାଲିଥିବା ସିଏଏ ବିରୋଧି ଆନ୍ଦୋଳନ ବି‌ରୋଧରେ ହୋଇଥିବା ଆବେଦନ ଉପରେ ଆଜି ସୁପ୍ରିମ କୋର୍ଟ ଶୁଣାଣି କରିଛନ୍ତି । ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ କହିଛନ୍ତି ଯେ ଗଣତନ୍ତ୍ରରେ ସମସ୍ତଙ୍କ ପ୍ରତିବାଦ କରିବାର ଅଧିକାର ଅଛି, କିନ୍ତୁ ଆନ୍ଦୋଳନ ନାମରେ ରାସ୍ତା ଅବରୋଧ କରିପାରିବେ ନାହିଁ | ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର ୧୫ ତାରିଖଠାରୁ ସିଏଏ ବିରୋଧି ଆନ୍ଦୋଳନକାରୀ ଶହିନବାଗରେ ରାସ୍ତା ବନ୍ଦ କରି ରଖିଛନ୍ତି, ଫଳରେ ସ୍ଥାନୀୟ ଜନସାଧାରର ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ଏହାକୁ ଏକ ଆବେଦନ ମାଧ୍ୟମରେ ସର୍ବୋଚ୍ଚ ଅଦାଲତଙ୍କ ହସ୍ତକ୍ଷେପ ଲୋଡିଥିଲେ ଆଇନଜୀବୀ ଅମିତ ସାହାନୀ।
ଏହା ସହ ଶାହିନ ବାଗ ଆନ୍ଦୋଳନକାରୀଙ୍କ ସହ କଥା ହେବା ପାଇଁ ସର୍ବୋଚ୍ଚ ଅଦାଲତ ଜଣେ ମଧ୍ୟସ୍ଥି ନିଯୁକ୍ତ କରିଛନ୍ତି | ସୁପ୍ରିମ କୋର୍ଟ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେ ଓ ଶ୍ରଦ୍ଧା ରାମଚନ୍ଦ୍ରନଙ୍କୁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେିଛନ୍ତି। ପ୍ରଥମେ କୋର୍ଟ ଆଇନଜୀବୀ ସଞ୍ଜୟ ହେଗଡେଙ୍କୁ ମଧ୍ୟସ୍ଥି ଘୋଷଣା କରିବା ପରେ ସେ ଅପିଲ କରି କହିଥିଲେ ଯେ ତାଙ୍କ ସହ ଅବସରପ୍ରାପ୍ତ ଜଷ୍ଟିସ କୁରିୟନ ଜୋସେଫଙ୍କୁ ମଧ୍ୟ ପଠାଯାଉ | ମାତ୍ର ଅଦାଲତ ଏହାପରେ ବରିଷ୍ଠ ଆଇନଜୀବୀ ଦ୍ଧା ରାମଚନ୍ଦ୍ରନଙ୍କୁ ମଧ୍ୟସ୍ଥି ନିଯୁକ୍ତ କରିଥିଲେ। ସଞ୍ଜୟ ହେଗଡେଙ୍କ ପକ୍ଷରୁ ସଲିସିଟର ଜେନେରାଲ ପୁଲିସ ସୁରକ୍ଷାର ଅପିଲ କରିଥିଲେ | ଏହା ପୂର୍ବରୁ ଫେବ୍ରୁଆରି ୧୦ରେ ଶୁଣାଣି କରି ସୁପ୍ରିମ କୋର୍ଟ କହିଥିଲେ, ଲୋକଙ୍କର ଆନ୍ଦୋଳନ କରିବାର ଅଧିକାର ରହିଛି। ମାତ୍ର, ରାସ୍ତା ଅବରୋଧ କରିବାର ଅଧିକାର ନାହିଁ। ଆନ୍ଦୋଳନ ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ବାଛିବା ଜରୁରୀ ବୋଲି କୋର୍ଟ କହିଥିଲେ।

Advertisement