Saturday, September 26, 2026
ADVERTISEMENT
Home କୋରାପୁଟ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

474
ADVERTISEMENT

ବୋରିଗୁମ୍ମା,୧୭/୨(ଦୟାନିଧି ପଟନାୟକ) :ବୋରିଗୁମ୍ମା ଥାନା ଅନ୍ତର୍ଗତ କାମାରା ଠାରେ ମୃତ ହେଲ୍ପରଙ୍କ କ୍ଷତି ପୂରଣ ଦାବିରେ ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ପ୍ରକାଶ ଥାଉକି ଗତକାଲି ଶନିବାର ଦିନ ଏକ ଘରୋଇ ବସ ଜଗାକଳିଆ ବୋରିଗୁମ୍ମାରୁ ଚାନ୍ଦାହାଣ୍ଡି ଯିବା ସମୟରେ ପାପଡାହାଣ୍ଡି ନିକଟସ୍ଥ ହରିଣ ପାର୍କ ଠାରେ ନିୟନ୍ତ୍ରଣ ହରାଇ ବସଟି ଓଲଟି ପଡିଥିଲା। ଘଟଣା ସ୍ଥଳରେ ହିଁ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଜୟପୁର ମେଡ଼ିକାଲରେ ଜଣେ ପ୍ରାଣ ହରାଇଥିଲେ। ପ୍ରାଣ ହରାଇଥିବା ତିନି ଜଣଙ୍କ ମଧ୍ୟରୁ ଗାଡିର ହେଲ୍ପର ଆଶିଷ କୁମାର ମିଶ୍ର ଅଟନ୍ତି। ଆଶିଷ ଘର ବୋରିଗୁମ୍ମା ବ୍ଲକର କାମରା ଗ୍ରାମରେ ଅଟେ। ମୃତ ହେଲ୍ପରଙ୍କ କ୍ଷତି ପୂରଣ ଦାବିରେ ଗ୍ରାମବାସୀ ମାନେ ରାଜପଥ ଦୁଇ ଘଣ୍ଟା ଅବରୋଧ କରିଛନ୍ତି। ପୋଲିସ ଓ ଘରୋଇ ବସର କର୍ମକର୍ତ୍ତା ମାନେ କାମରା ଛକରେ ଆନ୍ଦୋଳନ କାରୀ ସହ କଥାବାର୍ତ୍ତା କରିଥିଲେ। ଶେଷରେ ମୃତ ହେଲ୍ପରଙ୍କ ପରିବାରକୁ ବସ ମାଲିକ ୫୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ସୋଇଥିଲା।

Advertisement