Thursday, September 24, 2026
ADVERTISEMENT
Home କୋରାପୁଟ କୋରାପୁଟ ଜିଲ୍ଲାରେ ଥମିବାର ନା ନେଉନି ଗୋରୁ ଚୋରା ଚାଲଣ

କୋରାପୁଟ ଜିଲ୍ଲାରେ ଥମିବାର ନା ନେଉନି ଗୋରୁ ଚୋରା ଚାଲଣ

519
ADVERTISEMENT

କୋଟପାଡ଼,୧୬।୨ (ସୁନୀଲ ଦାଶ) : କୋରାପୁଟ ଜିଲ୍ଲା କୋଟପାଡ଼ ସହର ସ୍ଥିତ ଡ଼ଙ୍ଗରି ଗ୍ରାମ ନିକଟରେ ଏକ ଟ୍ରକ ସନ୍ଦିଗ୍ଧ ଭାବରେ ଦେଖିବାକୁ ମିଳିଛି ।କୋଟପାଡ଼ର କିଛି ଯୁବକ ମାନଙ୍କ ଦ୍ୱାରା ଗାଡ଼ିଟିକୁ ଠାବ କରାଯାଇ ପୋଲିସକୁ ଖବର ଦିଆଯାଇଛି । କୋଟପାଡ଼ ସହରରେ ଏହି କିଛିଦିନ ପୂର୍ବରୁ ଅପରାଧ ନିୟନ୍ତ୍ରଣ ନିମନ୍ତେ cctv କ୍ୟାମେରା ଲଗାଯାଇଛି ଏବଂ ପୋଲିସ ପେଟ୍ରୋଲିଙ୍ଗ ମଧ୍ୟ କଡାକଡି ଭାବରେ କରାଯାଉଛି, ତଥାପି ଏଭଳି ଅଭାବନୀୟ ଘଟଣା କିପରି ଘଟୁଛି ତାହା ବର୍ତମାନ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହଉଚି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗାଡିଟି ଚାରି ଦିନ ହେଲା ସେଠାରେ ଅଛି, କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ଗାଡିଟି ଅଟକି ଯାଇଥିଲା ଏବଂ ମରାମତି ନହେବାରୁ ଡ୍ରାଇଭର ଓ ହେଲପେର ଫେରାର ହଇଯାଇଛନ୍ତି, ଗାଡିରେ କୌଣସି ନମ୍ବର ନାହିଁ ଏବଂ କୌଣସି କାଗଜ ମଧ୍ୟ ନଥିବ ଦେଖିବାକୁ ମିଳିଛି । ଗୋରୁ ଚାଲାଣ ଏଭଳି ଭାବରେ କିପରି ହଉଚି ଏବଂ ଚାରିଦିନ ଗାଡିଟି ଅଟକି ଥିବା ସତ୍ୱେ କିଭଳି ଭାବରେ ପୋଲିସ ନଜରରେ ଅସିଲାନାହିଁ ତାହା ବର୍ତମାନ ସାଧାରଣରେ ପ୍ରଶ୍ନ ସୃଷ୍ଟି କରୁଛି ।

Advertisement