ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ

329
Image:jammulinksnews
ADVERTISEMENT

ଆଗ୍ରା, ୧୫/୨(ଡିଏଚ) :  ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ ସଡକ ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତ୍ୟୁବରଣ କରିବା ଘଟଣାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

“ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ ସଡକ ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତ୍ୟୁବରଣ କରିଥିବା ଖବରରେ ମୁଁ ଅତ୍ୟନ୍ତ ମର୍ମାହତ । ଶୋକ ସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା”, ବୋଲି ପ୍ରଧାନମନ୍ତ୍ରୀ ଏକ ଟ୍ଵିଟ ମାଧ୍ୟମରେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, “ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି” ।

Advertisement