ଓଆଇସିଏଲ, ଏନଆଇସିଏଲ ଏବଂ ୟୁଆଇଆଇସିଏଲ ଲାଗି ପୁଞ୍ଜି ଉପଲବ୍ଧ କରାଇବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

464
Image used for representational purpose only
ADVERTISEMENT

ନୁଆଦିଲ୍ଲୀ, ୧୪/୨(ଡିଏଚ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ରାଷ୍ଟ୍ରାୟତ୍ତ କ୍ଷେତ୍ରର ତିନୋଟି ସାଧାରଣ ବୀମା କମ୍ପାନୀ ଯଥା : ଓରିଏଂଟାଲ ଇନ୍ସ୍ୟୋରାନ୍ସ କମ୍ପାନୀ ଲିଃ (ଓଆଇସିଏଲ), ନ୍ୟାସନାଲ ଇନ୍ସ୍ୟୋରାନ୍ସ କମ୍ପାନୀ ଲିଃ (ଏନଆଇସିଏଲ) ଓ ୟୁନାଇଟେଡ ଇଣ୍ଡିଆ ଇନ୍ସ୍ୟୋରାନ୍ସ କମ୍ପାନୀ ଲିଃ (ୟୁଆଇଆଇସିଏଲ) ପାଇଁ ପୁଞ୍ଜି ଉପଲବ୍ଧ କରାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

ଏହାବ୍ୟତୀତ, ତିନୋଟି ରାଷ୍ଟ୍ରାୟତ୍ତ ସାଧାରଣ ବୀମା କମ୍ପାନୀ ଓଆଇସିଏଲ, ଏନଆଇସିଏଲ ଏବଂ ୟୁଆଇସିଏଲର ଜଟିଳ ଆର୍ଥିକ ସ୍ଥିତି ଏବଂ ନିୟାମକ ଋଣ ପରିଶୋଧ କ୍ଷମତା ଆବଶ୍ୟକତାର ଉଲ୍ଲଙ୍ଘନକୁ ଦୃଷ୍ଟିରେ ରଖି ତୁରନ୍ତ ୨୫୦୦ କୋଟି ଟଙ୍କାର ଅର୍ଥରାଶି ଜାରି କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି ।

Advertisement