Friday, November 6, 2026
ADVERTISEMENT
Home କେନ୍ଦୁଝର ବାଲିବୋରେଇ ରାଇସି ମିଲରୁ ଏକ ଅଜଗର ସାପ ଉଦ୍ଧାର

ବାଲିବୋରେଇ ରାଇସି ମିଲରୁ ଏକ ଅଜଗର ସାପ ଉଦ୍ଧାର

532
ADVERTISEMENT

କେନ୍ଦୁଝର,୧୩/୨(ଡି.ଏଚ୍) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଳକ ବାଲିବରେଇ ରାଇସି ମିଲରୁ ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ରାଇସି ମିଲରେ ଶ୍ରମିକ ମାନେ କାର୍ଯ୍ୟ କରୁଥିଲାବେଳେ ନଡ଼ା ଗଦାରେ ଏକ ଅଜଗର ସାପ ସୋଇଥିବାର ଦେଖି ମିଲ ମାଲିକଙ୍କୁ ଡାକିଥିଲେ । ସାପଟିକୁ ଦେଖି ଶ୍ରମିକମାନେ ଭୟଭୀତ ହୋଇଯାଥିଲେ। ରାଇସିମିଲର ମାଲିକ ଅଶୋକ ରାଉତ ଆସି ସାପଟିକୁ ଦେଖି ହଦଗଡ଼ ବନଖଣ୍ଡର ସ୍ନେକ ହେଲ୍ପ ଲାଇନିକୁ ଫୋନ କରିଥିଲେ। ହଦଗଡର ଫରେଷ୍ଟ ଗାର୍ଡ଼  ଶୁକ୍ରା ନାୟକଙ୍କ ସହଯୋଗରେ  ରାଜୁ ଖଣ୍ଡେଇ, ପରମାନନ୍ଦ ମୁଣ୍ଡା ରାଇସି ମିଲିରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ଅଜଗର ସାପଟି ପ୍ରାୟ  ୫ଫୁଟ ଲମ୍ବର । ବନ ବିଭାଗ ସାପଟିକୁ ନେଇ ହଦଗଡ଼ ବନ୍ୟାଞ୍ଚଳରେ ଛାଡିଦେଇଥିଲେ ।

Advertisement