ନୁଆଦିଲ୍ଲୀ,୧୨/୨( ଲକ୍ଷ୍ମୀ ନାରାୟଣ ବେବର୍ତ୍ତା ) : ସାମ୍ପ୍ରତିକସ୍ଥିତିରେ ସମଗ୍ର ବିଶ୍ୱରେ ଦେଖାଦେଇଥିବା ସାମାଜିକ ଓ ଅର୍ଥନୈତିକ ସ୍ତରରେ ବ୍ୟାପକ ପରିବର୍ତ୍ତନ ଓ ଏହିଭଳି ସ୍ଥିତିରେ ଦେଶର ବିଭିନ୍ନ ଭାଗରେ ଥିବା ପ୍ରଥିଷ୍ଠିତ ଉଦ୍ୟେlଗ ଗୁଡିକର ଉନ୍ନତି, କ୍ରିୟାଶୀଳ, ବିକାଶ ଓ ସମ୍ବୃଦ୍ଧି କରଵା ସହ ଉଦ୍ୟେlଗି ମାନଙ୍କ ମଧ୍ୟରେ ଥିବା ଦକ୍ଷତା ଓ ଅଭିଜ୍ଞାତା ବୃଦ୍ଧିର ମହାନ ଆଭିମୁଖ୍ୟ ନେଇ ଏବଂ ସେମାନଙ୍କୁ ଗୋଟିଏ ମଞ୍ଚରେ ଆଲୋଚନାପାଇଁ ଏକତ୍ରିତ କରାଇବା ଲକ୍ଷ ନେଇ ଓଡିଶା କର୍ପୋରେଟର ପ୍ରଥୀଷ୍ଠାନ (ଓ. ସି.ଏଫ. )ପକ୍ଷରୁ ପ୍ରଥମ ଥର ପାଇଁ ଦିଲ୍ଲୀରେ ଚଳିତମାସ(ଷୋହଳ ) ୧୬ ତାରିଖ ଦିନ ରାଷ୍ଟ୍ରୀୟ ସ୍ତରରେ ଏକ ବଡ଼ ଧରଣର ଆଲୋଚନା ଚକ୍ରର ଆୟୋଜନ ହେବାକୁ ଯାଉଥିବା ଜଣାଯାଇଛି l ସ୍ଥାନୀୟ ଭାରତ ଅନ୍ତର୍ଜାତୀୟ କେନ୍ଦ୍ର (ଇଣ୍ଡିଆ ଇଣ୍ଟେରନ୍ୟlସନାଲ ସେଣ୍ଟର)ପରିସରରେ ପୂର୍ବାହ୍ନ ରେ ପାଞ୍ଚଟି ଅଧିବେଶନକୁ ନେଇ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଆଲୋଚନାଚକ୍ରରେ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ, ମାନ୍ୟବର କେନ୍ଦ୍ର ମସ୍ତ୍ୟ ( ମାଛ) ପଶୁପାଳନ, ଅଣୁ କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟେlଗ ବିଭାଗ ରlଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଓଡିଶା ରାଜ୍ୟସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚୀବ ହେମନ୍ତ ଶର୍ମା ପ୍ରମୁଖ ଉଦଘାଟନ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଏତତବ୍ୟତୀତ ପର୍ଯ୍ୟାୟକ୍ରମରେ ଅନୁଷ୍ଠିତ ହେବାକୁଥିବା ଏହି ବିଶେଷ ଆଲୋଚନାଚକ୍ରରେ ବହୁ ବରିଷ୍ଠ ପ୍ରଶାସକ, ଶିଳ୍ପଜଗତର ପ୍ରଥିଷ୍ଠିତ ବ୍ୟକ୍ତି, ବ୍ୟବସାୟୀଗୋଷ୍ଠୀ, ଉଦ୍ୟେlଗପତି ମନେ ଯୋଗଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଥିବା ମଧ୍ୟ ଜଣାଯାଇଛି l ଏହି ଜାତୀୟ ସମ୍ବିଳନୀରେ ଦେଶ ବିଦେଶର ବହୁ ଅଭିଜ୍ଞ ତଥା ଲବ୍ଧ ପ୍ରଥିଷ୍ଠିତ ଉଦ୍ୟେlଗୀ ଶିଳ୍ପପତି ଏବଂ ଅର୍ଥଲଗାଣକlରି ସଂସ୍ଥା ମlନେ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରି ସେମାନଙ୍କ ସୁ ଚିନ୍ତିତ ମତାମତ ପ୍ରଦାନ କରିବା ନିମନ୍ତେ ଆମନ୍ତ୍ରଣ କରାଯାଇଛି l ଓ.ସିଏ.ଏଫ. ତରଫରୁ ପ୍ରଥମ ଥର ଆୟୋଜିତହେବାକୁ ଯାଉଥିବା ଏହି ଆଲୋଚନାଚକ୍ର ରାଜ୍ୟ ଓ ଦେଶର ପୁରାତନ ଓ ନୂତନ ଉଦ୍ୟେlଗି ମାନଙ୍କୁ ଉତ୍ସାହିତ କରିବl ସହ ସେମାନଙ୍କ ମଧ୍ୟରେ ରହିଥିବା ଜ୍ଞାନ କୌଶଳ ପ୍ରତିଭା, ଦକ୍ଷତା ଓ ଅଭିଜ୍ଞତା ଙ୍କୁ ସେମାନେ ଏହି ଆଲୋଚନାଚକ୍ର ମାଧ୍ୟମରେ ସମସ୍ତଙ୍କ ମଧ୍ୟରେ ବାଣ୍ଟିବା ଦିଗରେ ଏକ ବିଶେଷ ସୁଯୋଗ ସୃଷ୍ଟି ହେବ ବୋଲି ଓ ସି.ଏଫ. ର ଅଧକ୍ଷ୍ୟ ହୃଷିକେଶ ବେହେରା ଆମ ଦିଲ୍ଲୀ ପ୍ରତିନିଧି ଲକ୍ଷ୍ମୀ ନାରାୟଣ ବେବର୍ତ୍ତl ଙ୍କ ଆଗରେ ପ୍ରକାଶ କରିଛନ୍ତି.ବର୍ତ୍ତମାନ ସୁଦ୍ଧା ଏହି କର୍ମଶାଳାରେ ଯୋଗଦେବା ପାଇଁ ଆବେଦନ କରିଥିବା ଶତାଧିକ ଓଡ଼ିଆ ଉଦ୍ୟେଗୀ ମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଓ ସିଏ. ଏଫ. ଏକାବନ (୫୧)ଜଣଙ୍କୁ ମୋନାନୀତ କରାଯାଇଥବା ଜଣାଯାଇଛି l ଯେଉଁମାନେ ଚୂଡାନ୍ତପର୍ଯ୍ୟାୟରେ ଏଥିରେ ମନୋନୀତ ହେବେ ସେମାନଙ୍କୁ ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ସମ୍ମିଳନୀରେ ଯୋଗଦେଇ ନିଜର ପ୍ରକଳ୍ପ ଉପସ୍ଥାପନା କରିବା ପାଇଁ ସୁଯୋଗ ପ୍ରଦାନ କରାଯିବl ସହ ସେମାନଙ୍କ ଖର୍ଚ୍ଚ ଓ ସିଏ.ଏଫ. ବହନ କରିବ ବୋଲି ପ୍ରାଥୀଷ୍ଠାନ ପକ୍ଷରୁ ଏକ ପ୍ରେସ୍ର ବିଜ୍ଞପ୍ତିରେ ସୂଚନା ପ୍ରଦାନ କରାଯାଇଛି l




















