Tuesday, September 29, 2026
ADVERTISEMENT
Home କୋରାପୁଟ ଜୟପୁରରେ ନୂଆ ପ୍ରକଳ୍ପ :ବର୍ଜ୍ୟ ବସ୍ତୁକୁ ପୁନର୍ବାର ବ୍ୟବହାର

ଜୟପୁରରେ ନୂଆ ପ୍ରକଳ୍ପ :ବର୍ଜ୍ୟ ବସ୍ତୁକୁ ପୁନର୍ବାର ବ୍ୟବହାର

341
ADVERTISEMENT

କୋରାପୁଟ,୧୨/୨(ସୁକାନ୍ତ ପ୍ରଧାନ) : ସହରରୁ ବାହାରୁଥିବା ବର୍ଜ୍ୟ ବସ୍ତୁକୁ କିପରି କାର୍ଯ୍ୟରେ ଲଗାଯାଇ ପାରିବ ସେଥି ପାଇଁ ଅଣ୍ଟା ଭିଡ଼ିଛନ୍ତି ପୌରପାଳିକା ଅଧିକରୀ ଶ୍ରୀଯୁକ୍ତ ଆଲୋକ ସାମନ୍ତରାୟ l ଆଗାମୀ ଦିନରେ (M R F )ମେଟ୍ରିଅଲ ରୀକଭରୀ ଫ୍ୟାସିଲିଟି ନାମରେ ଏକ କାରଖାନା ତିଆରି ହେବାକୁ ଯାଉଛି l ଏହା ଏକ ହଜାର ବର୍ଗ ପୁଟର ଯାଗା ଉପରେ ନିର୍ମାଣ ହେବ l ଏହା ଜଗନ୍ନାଥ ସାଗର ବାଇପାସର ଗ୍ଳୋକାଲ ହସ୍ପିଟାଲ ନିକଟରେ ହେବ l ଏହା ପାଇଁ ପ୍ରାୟ ପଂଚାବନ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି l ସହରରୁ ବାହାରୁଥିବା ସମସ୍ତ ବର୍ଜ୍ୟ ବସ୍ତୁକୁ ଦୁଇ ଭାଗରେ ବିଭକ୍ତ କରି ଓଦା ଏବଂ ଶୁଖିଲା ଅଲଗା କରାଯାଇ ଶୁଖିଲାକୁ ବିକ୍ରି କରାଯିବ ଏବଂ ଓଦା ବସ୍ତୁକୁ (ଏମ.ଆର.ଏଫ) ମେସିନରେ ପକାଯାଇ ସିମେଣ୍ଟ ଫ୍ୟାକ୍ଟ୍ରିର ବ୍ଲାଷ୍ଟ ଫାଂର୍ନେସର ଜାଳେଣି ପାଇଁ ସୂଂକିରେ ଥିବା ସିମେଣ୍ଟ ଫାକ୍ଟ୍ରିକୁ ପଠାଇ ଦିଆଯିବ ବୋଲି ପୌରପାଳିକା ଅଧ୍ୟକ୍ଷ ଶ୍ରୀଯୁକ୍ତ ଆଲୋକ ରଞ୍ଜନ ସାମନ୍ତରାୟ କହିଛନ୍ତି l

Advertisement