ନୂଆଦିଲ୍ଲୀ, ୧୧ /୨(ଡିଏଚ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ଆମ ଆଦମୀ ପାର୍ଟି ଓ ଶ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
“ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ଆପ ଓ ଶ୍ରୀ ଅରବିନ୍ଦ କେଜ୍ରିୱାଲଜୀଙ୍କୁ ଅଭିନନ୍ଦନ । ଦିଲ୍ଲୀବାସୀଙ୍କ ଆଶାଆକାଂକ୍ଷା ପୂରଣ ଲାଗି ସେମାନଙ୍କୁ ଶୁଭେଚ୍ଛା”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।



















