ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର : ମୋଟ ୪୨ ଗୋଟି ଅଭିଯୋଗର ଶୁଣାଣୀ

315
ADVERTISEMENT

ବୋରିଗୁମ୍ମା,୧୧ /୨(ଦୟାନିଧି ପଟନାୟକ ): ବୋରିଗୁମ୍ମା ପଂଚାୟତ ସମିତି ସଭାଗୃହ ଠାରେ କୋରାପୁଟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଆଜିର ଶୁଣାଣୀରେ ମୋଟ ବ୍ୟକ୍ତିଗତ ଓ ସାମୁହିକ ୪୨ ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା। ପ୍ରଥମ ଅଭିଯୋଗ ଆଡ଼ିଥିଲା ବୋରିଗୁମ୍ମା ପାଇଲୁ ସାହିର ରାସ୍ତା ଓ ଡ୍ରେନେଜ ବ୍ୟବସ୍ଥା। ସାହିବସିନ୍ଦା ମିଶି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ସାହିରେ ଦୀର୍ଘ ଦିନ ହେଲା ରାସ୍ତା ନିର୍ମାଣ ହେଉନାହିଁ। ବର୍ଷା ଦିନେ ସହର ନର୍ଦମା ପାଣି ସାହି ଭିତରେ ପଶୁଛି। ଏଣୁ ଖୁବଶୀଘ୍ର ରାସ୍ତା ସହ ଡ୍ରେନ ନିର୍ମାଣ କରିବାକୁ ପାଇଲୁ ସାହି ଦ୍ଵିତୀୟ ଲାଇନ ଦାବୀ କରିଛନ୍ତି। ସାହିବାସିନ୍ଦା ଭାବେ ଶିଶିର କୁମାର ତ୍ରିପାଠୀ, ନାରାୟଣ ସାହୁ, ରଘୁନାଥ ମିଶ୍ର, ମଧୁସୂଦନ ନାୟକ, ହଳଧର ହଲବା ପ୍ରମୂଖ ଉପସ୍ଥିତ ଥିଲେ। ସେହିଭଳି ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ଗୃହ ତୁରନ୍ତ କାର୍ଯ୍ୟକ୍ରମ କରିବା, ବୋରିଗୁମ୍ମା ସହର ଛକରେ ଶୌଚାଳୟ ନିର୍ମାଣ କରିବା, ଲଦୀଯୋଡିରେ ବ୍ରିଜ ନିର୍ମାଣ ଓ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି କରିବାକୁ ଅଭିଯୋଗ ଶୁଣାଣୀରେ ସ୍ଥାନ ପାଇଥିଲା। ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଅତିରିକ୍ତ ଏସ ପି ହରେକୃଷ୍ଣ ପ୍ରଧାନ, ଉପ ଜିଲ୍ଲାପାଳ ଦୋଳଗୋବିନ୍ଦ ବେହେରା, ଡ଼ି ଆର ଡ଼ି ଏ ପ୍ରକଳ୍ପ ନିର୍ଦେଶକ ପ୍ରବୀଣ କୁମାର ନାୟକ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ବି ଡ଼ି ଓ ପ୍ରଣୟ ରଂଜନ ବେହେରା ଅଭିଯୋଗ ଶିବିରକୁ ପରିଚାଳନା କରିଥିଲେ।

Advertisement