ସେବା ସୁରକ୍ଷା ଏବଂ ଜନସଚେତନତା ଶିବିରର ଆୟୋଜନ

333
ADVERTISEMENT

କୋଟପାଡ଼,୧୧ /୨(ସୁନୀଲ ଦାସ) : କୋରାପୁଟ ଜିଲ୍ଲା କୋଟପାଡ ପୋଲିସ ପକ୍ଷରୁ ସେବା ସୁରକ୍ଷା ଏବଂ ଜନସଚେତନତା ଶିବିର ଆୟୋଜନ ହୋଇଯାଇଛି ଏହି ଅବସରରେ କୋରାପୁଟ ଏସ୍ ପି ଶ୍ରୀ ମୁକେଶ କୁମାର ଭାମୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ହସ୍ତତନ୍ତ ଓ ବୟନସିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗ ଦେଇଥିଲେ ଏହି ଅବସରରେ ମହିଳା ଓ ଶିଶୁ ନିର୍ଯ୍ଯାତନା ବାଲ୍ୟ ବିବାହ ଟ୍ରାଫିକ ସଚେତନ ରକ୍ତ ଦାନ ଭଳି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । କୋରାପୁଟ ଜିଲ୍ଲା ପୋଲିସ ପକ୍ଷରୁ କିଛି ନୁଆ ପଦେକ୍ଷପ ନିଆଯାଇଥିବା ସେଠାରେ ଆଲୋକ ପାତ କୋରାଯାଇଥିଲା ।ଲୋକେ କେମିତି ଆହୁରି ଅଧିକ ସଚେତନ ହେବେ ତାହାକୁ ନେଇ ପୋଲିସ ଆଗକୁ ସେ ଦିଗରେ କାର୍ଯ୍ଯ କରିବ ବୋଲି ଏସ୍ ପି କହିଛନ୍ତି l ଏବଂ କୋଟପାଡ଼ ଥାନାରେ ରହିଥିବା ସି ସି କେମେରା କାନଟ୍ରଲ ରୁମର ଉନ୍ମୋଚନ କରିଛନ୍ତି l

Advertisement