ପି.ପରମେଶ୍ଵରନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

271
Representational purpose
ADVERTISEMENT
File Photo : Image for representational purpose

ନୂଆଦିଲ୍ଲୀ ,୧୦/୨(ଡିଏଚ) : ବିଶିଷ୍ଟ ସମାଜସେବୀ ପି. ପରମେଶ୍ଵରନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
“ଶ୍ରୀ ପି.ପରମେଶ୍ଵରନ ଭାରତମାତାର ଜଣେ ସମର୍ପିତ ସୁପୁତ୍ର ଥିଲେ । ସେ ତାଙ୍କ ଜୀବନକୁ ଦେଶର ସାଂସ୍କୃତିକ ଜାଗରଣ, ଆଧ୍ୟାତ୍ମିକ ଅଭ୍ୟୁତ୍ଥାନ ଏବଂ ଦରିଦ୍ର ନାରାୟଣଙ୍କ ସେବାରେ ସମର୍ପିତ କରିଥିଲେ । ପରମେଶ୍ଵରନଙ୍କ ବିଚାରଧାରା ବହୁପ୍ରସୂ ଏବଂ ତାଙ୍କର ରଚନାବଳୀ ଉଲ୍ଲେଖନୀୟ ଥିଲା । ସେ ଜଣେ ଦୃଢମନା ବ୍ୟକ୍ତି ଥିଲେ ।

ଜଣେ ସଂଗଠନ ନିର୍ମାତା ଭାବେ ସେ ଭାରତୀୟ ବିଚାର କେନ୍ଦ୍ରମ, ବିବେକାନନ୍ଦ କେନ୍ଦ୍ର ଭଳି ମହତ୍ଵପୂର୍ଣ୍ଣ ସଂଗଠନ ସ୍ଥାପନ କରିଥିଲେ । ଅନେକ ସମୟରେ ତାଙ୍କ ସହିତ କଥାବାର୍ତ୍ତା ହେବାର ସୌଭାଗ୍ୟ ମୁଁ ପାଇଥିଲି । ସେ ଜଣେ ବିଶିଷ୍ଟ ବୁଦ୍ଧିଜୀବୀ ଥିଲେ । ତାଙ୍କ ବିୟୋଗରେ ମୁଁ ମର୍ମାହତ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Advertisement