ଆଦର୍ଶ ସହର କୋଟପାଡ଼ ପୌରପାଳିକା

312
ADVERTISEMENT

କୋରାପୁଟ,୧୦।୨( ସୁକାନ୍ତ ପ୍ରଧାନ) : ଗତ କିଛି ବର୍ଷ ଧରି କୋଟପାଡ଼ ପୌରପାଳିକାର ଦାୟିତ୍ୱ ନେଇ ଶ୍ରୀଯୁକ୍ତ ସାମନ୍ତରାୟ କୋରାପୁଟ ଜିଲାରେ ଏକ ଇତିହାସ ରଚିଛନ୍ତି l ଏହିପରି କାର୍ଯ୍ୟଦକ୍ଷତା ବ୍ୟକ୍ତି ମଳିବା ବିରଳ l ମହାଶୟଙ୍କର କାର୍ଯ୍ୟକଳାପରେ କୋରାପୁଟବାସୀ ପ୍ରଶଂସାର ସୁଅ ଛୁଟୁଛି l ପ୍ରତିଦିନ କିଛି ବ୍ୟକ୍ତି ତାଙ୍କୁ ପ୍ରସଂଶିତ କରି ତାଙ୍କ ପାଖକୁ ଫୁଲ ତୋଡ଼ା ଧରି ଆସନ୍ତି l ସଠିକ ସମୟରେ ସଠିକ କାର୍ଯ୍ୟକରି ସବୁ ସମୟରେ ଦାୟିତ୍ୱବୋଧତା ଅବଲମ୍ବନ କରି କୋଟପାଡ଼ ପୌରପାଳିକାକୁ ସ୍ମାଟ ସିଟି ପରି ସଜାଇବାରେ ତାଙ୍କର ଅତୁଳନୀୟ ମନବଳ ସାବ୍ୟସ୍ତ କରିଛନ୍ତି l ସହରର ରାସ୍ତା ଘାଟ ଦୋକାନ ବଜାର ଏବଂ ସ୍ଵଛ ପରିବେଶ ଉପରେ ନଜର ରଖି ଜନତାଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି l ଯଦି ସାରା ଓଡିଶା ପ୍ରଶଂସା କରେ ତାହାଲେ ତାହା ତାଙ୍କପାଇଁ କମ୍ ହୋଇଯିବ l

Advertisement