Wednesday, November 18, 2026
ADVERTISEMENT
Home କନ୍ଧମାଳ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ଶୁଭାରମ୍ଭ

ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ଶୁଭାରମ୍ଭ

412
ADVERTISEMENT

କନ୍ଧମାଳ,୯/୨(ସୁରେଶ କୁମାର ପଣ୍ଡା): ସଂପ୍ରତି ବିଶ୍ଵରେ ୭ଶହ କୋଟି ମହାତ୍ମାଗାନ୍ଧୀଙ୍କ ଦର୍ଶନକୁ ବିଶ୍ୱାସ କରିବା ସହ ତାଙ୍କରୀ ବିଚାରଧାରାକୁ ଗ୍ରହଣ କରୁଛନ୍ତି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶଲାଲ୍, ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତି ପାଳନ ଅବସରରେ ଫୁଲବାଣୀ ସ୍ଵେଚ୍ଛାସେବୀ ମହାସଂଘ ଆନୁକୁଲ୍ୟରେ ଅନୁଷ୍ଠିତ ଏକ ସମାବେଶରେ ଉଦବୋଧନ ଦେଇଛନ୍ତି। ମୁଖ୍ୟବକ୍ତା ବିଭୁତି ଭୂଷଣ ଆଚାର୍ଯ୍ୟ, ସଭାପତି ରବୀନ୍ଦ୍ର ପଣ୍ଡା, ପ୍ରାରମ୍ଭିକ ଆବାହକ ଅଶୋକ ପରିଡ଼ା, ଅନ୍ୟମାନଙ୍କ ମଧ୍ୟରେ କୈଳାସ ଚନ୍ଦ୍ର ଦଣ୍ଡପାଟ, ଭଗବାନ ଜେନା, ଅମିତ ନାୟକ ମଦନ ସୁଆଲ ସିଂ,ହରିଶଙ୍କର ରାଉତ,ପ୍ରଦୀପ ଦାସ, ଅଶୋକ ପ୍ରଧାନ, ପଞ୍ଚାନନ ମିଶ୍ର ,ଶଶାଙ୍କ ଶେଖର ସାହୁ, ଶାନ୍ତନୁ ମିଶ୍ର,ରବିନ୍ଦ୍ର ସାହୁ,ମହମ୍ମଦ ଜିଆଉଦୀନ, ଭଗବାନ ସାହୁ,ନବୀନ ନାୟକ,ବଦ୍ୟନାଥ ଖଟୁଆ ପ୍ରମୁଖ ଯୋଗଦାନ କରିଥିଵା ସହ ସମ୍ବର୍ଦ୍ଧିତ ପ୍ରତିଭା ସମାଜ ସେବି ଉତ୍ସବ ଚନ୍ଦ୍ର ଜେନା, ପାଉଲ ପ୍ରଧାନ, ସଂଯୋଜନା କରୁଥିବା ସାମ୍ବାଦିକ ସୁନୀଲ ବିଶ୍ୱାଳ, ଜିଲ୍ଲା ଥଇଥାନ କେନ୍ଦ୍ର ର ଅଧିକାରୀ ଅକ୍ଷୟ କୁମାର ପଣ୍ଡା ଉପସ୍ଥିତ ଥିଲେ । ଏହି ଉତ୍ସବରେ ଗାନ୍ଧୀ ବିଚାର ନାମରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା । କନ୍ଧମାଳ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଉଦ୍ୟାନ ଉପନିର୍ଦେଶକ, ଅତିରିକ୍ତ ଆରକ୍ଷୀ ଅଧିକାରୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ, ଫୁଲବାଣୀ ଟାଉନ ଥାନା ଅଧିକାରୀ ପ୍ରମୁଖ ଉଦଘାଟନ ଉତ୍ସବ ଯୋଗଦେଇଥିଲେ ।
ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଆଉ ୧୨ଉତ୍ସବ ଆୟୋଜିତ ହେବ ବୋଲି ସଂସ୍ଥା ତରଫରୁ ଘୋଷଣା କରାଯାଇଛି ।

Advertisement