Friday, September 25, 2026
ADVERTISEMENT
Home କୋରାପୁଟ କୋରାପୁଟ: ବଣିଆ ଗ୍ରାମରେ ବାଲ୍ୟ ବିବାହ ରୋକିବାରେ ପ୍ରଶାସନର ସଫଳତା

କୋରାପୁଟ: ବଣିଆ ଗ୍ରାମରେ ବାଲ୍ୟ ବିବାହ ରୋକିବାରେ ପ୍ରଶାସନର ସଫଳତା

512
ADVERTISEMENT

କୋଟପାଡ଼, ୮ା୨,(ସୁନୀଲ ଦାଶ) : ବାଲ୍ୟ ବିବାହ ରୋକିବାରେ ପ୍ରଶାସନ ର ପୁଣି ଏକ ସଫଳତା, ଭାରତ ସରକାର ବିଭିନ୍ନ ପ୍ରକାର କାର୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ସତ୍ୱେ ମଧ୍ୟ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ବାଲ୍ୟ ବିବାହ ଦେଖିବାକୁ ମିଳୁଛି । ଏହି କୁ-ପ୍ରଥା ଆଦିବାସୀ ଅଂଚଳ ମାନଙ୍କରେ ଏବେସୁଦ୍ଧା ଚାଲିଆସୁଅଛି, ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ବଣିଆ ଗ୍ରାମରେ, ଏଭଳି ଏକ ବାଲ୍ୟ ବିବାହକୁ ରୋକିବାରେ ସଫଳ ହୋଇଛି ପ୍ରଶାସନ, ସୂଚନା ଅନୁଯାଇ ବଣିଆ ଗ୍ରାମର ଜଣେ ପନ୍ଦର ବର୍ଷିଆ ନାବାଳିକା ସହିତ ବାଟ କୁହୁଡି ଗ୍ରାମର ଜଣେ ଯୁବକ ସହିତ ବାହାଘର ହେବାର ଦିନ ଧର୍ଯ୍ୟ ହାଇଥିଲା ତେଣୁ ଗତକାଲି ବୋର ପକ୍ଷ ବଣିଆ ଗ୍ରାମ କୁ ପହଂଚିଥିଲେ ତେବେ ଏ ନେଇ ଖବର ପାଇବାପରେ କୋଟପାଡ଼ ବି.ଡ଼ି.ଓ ଅଂଶୁମାନ ମହାପାତ୍ର, ସାମାଜିକ ସୁରକ୍ଷା ଅଧିକାରୀ ଆହାନା ବେଈଦ୍ୟୋ ଓ ସିଡିପିଓ ବଣିଆ ଗ୍ରାମରେ ପହଂଚି ବାଲ୍ୟ ବିବାହକୁ ବନ୍ଦ କରିଥିଲେ । ଯେହେତୁ ଝିଅକୁ ୧୫ ବର୍ଷ ଏହି ବିବାହ ଆଇନ ଅନୁଯାଇ ଅପରାଧ ବୋଲି ଅଧିକାରୀ ମାନେ ଉଭୟ ପକ୍ଷକୁ ବୁଝାଇଥିଲେ ତେଣୁ ଝିଅକୁ ୧୮ବର୍ଷ ହେବାପରେ ବିବାହ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ନାବାଳିକା ଜଣକ ପୂର୍ବ ଭଳି ପାଠ ପଢିବ ଏବଂ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ବି.ଡି.ଓ ପ୍ରତିଶୃତି ଦେଇଥିଲେ ।

Advertisement