Tuesday, September 29, 2026
ADVERTISEMENT
Home କୋରାପୁଟ ଭୈରବ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ

ଭୈରବ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ

312
ADVERTISEMENT

ବୋରିଗୁମ୍ମା,୭/୨(ଦୟାନିଧି ପଟନାୟକ) : କୋରାପୁଟ ଜିଲା ବୋରିଗୁମ୍ମା ଭୈରବ ମହାବିଦ୍ୟାଳୟ ପରିସର ମଧ୍ୟରେ ଆଜି ଛାତ୍ରୀ ମାନଙ୍କ ପାଇଁ ଆତ୍ମସୁରକ୍ଷା ତାଲିମ ଶିବିରର ଉଦ୍ଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଦାଶରଥି ଗୌଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୋରିଗୁମ୍ମା ଭିଡ଼ିଓ ପ୍ରଣୟ ରଞ୍ଜନ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ତହସିଲଦାର ନରସିଂହ ଗାଦବା ଏବଂ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ପ୍ରଦୀପ ସ୍ଵାଇଁ ଯୋଗଦେଇ ବିଶେଷ କରି ଆଧୁନିକ ଯୁଗରେ ନାରୀ ମାନେ ସମାଜରେ ନିଜକୁ ସୁରକ୍ଷା କରିବା ପାଇଁ ଆତ୍ମତାଲିମ ଶିବିରର ଅଵଶ୍ୟକତା ବିଷୟରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଅନ୍ୟପଟେ ଦୀର୍ଘ ୧୨ଦିନ ଧରି ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ମହାବିଦ୍ୟାଳୟର ୧୩୪ଜଣ ଛାତ୍ରୀ ମାନଙ୍କୁ ବିଭିର୍ଣ ପ୍ରକର ଆତ୍ମ ରକ୍ଷାର ତାଲିମ ପ୍ରଦାନ କରାଯିବ। ଯାହାକି ନିଜର ଦୈନିକ ଜୀବନରେ ଆସୁଥିବା ପ୍ରତିବନ୍ଧକକୁ ଦୃଢ ଭାବରେ ମୁକାବିଲା କରିବାରେ ସହାୟକ ହେବ ନିଜେ ନିଜର ରକ୍ଷା କରିବାରେ ସଫଳ ହୋଇପାରିବେ।ଏହି ଲକ୍ଷରେ ୨୦୧୪ ମସିହା ଠାରୁ ପ୍ରତି ବର୍ଷ ଭୈରବ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଆତ୍ମରକ୍ଷାର କୌଶଳ ଉପରେ ତାଲିମ ଶିବିର ଆୟୋଜନ କରି ତାଲିମ ପ୍ରଦାନ କରାଯାଉଛି। ଆଉ ଦୀର୍ଘ ବାର ଦିନ ଧରି ତାଲିମ ଦେବାପାଇଁ ସୁନାବେଢାରୁ ତାଲିମ ଶିକ୍ଷକ (ଟ୍ରେନର) ଜ୍ୟୋତି ରାଣୀ ଦଳେଇ ଏବଂ ମମତା ରାଣୀ ଚୌଧୁରୀ ପହଞ୍ଚି ଛାତ୍ରୀ ମାନଙ୍କୁ ଆତ୍ମରକ୍ଷାର କୌଶଳ ବିଷୟରେ ତାଲିମ ପ୍ରଦାନ କରିବେ। କାର୍ଯ୍ୟକ୍ରମଟିକୁ ମହାବିଦ୍ୟାଳୟର ଅଧ୍ୟାପକ ସୁଧାଂଶୁ ଶେଖର ପଟନାୟକ ପରିଚାଳନା କରିଥିବା ବେଳେ ଅନ୍ୟ ଅଧ୍ୟାପକ ମାନେ ସହଯୋଗ କରିଥିଲେ।

Advertisement