Friday, September 25, 2026
ADVERTISEMENT
Home କୋରାପୁଟ ହାର୍ଡଲି ଛକରେ ଟ୍ରକ,ବାଇକ ମୁହାଁ ମୁହିଁ ଧକ୍କାରେ : ତିନି ମୃତ

ହାର୍ଡଲି ଛକରେ ଟ୍ରକ,ବାଇକ ମୁହାଁ ମୁହିଁ ଧକ୍କାରେ : ତିନି ମୃତ

355
ADVERTISEMENT

ବୋରିଗୁମ୍ମା ,୭/୨(ଦୟାନିଧି ପଟନାୟକ) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ହାର୍ଡଲି ଛକ ନିକଟରେ ଏକ ଟ୍ରକ , ବାଇକ ମୁହାଁ ମୁହିଁ ଧକ୍କା ହୋଇଛି। ଫଳରେ ବାଇକରେ ଥିବା ତିନିଜଣଙ୍କ ମୃତ୍ୟୁ ଘଟିଛି। ଖବର ପାଇ ବୋରିଗୁମ୍ମା ପୋଲିସ ସେମାନଙ୍କୁ ଉଦ୍ଧାର କରି ବୋରିଗୁମ୍ମା ମେଡିକାଲରେ ଭର୍ତି କରିଥିଲା।ହେଲେ ସେଠାରେ ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ମୃତ ତିନି ବ୍ୟକ୍ତି ଜଣକ ଜଗଦଲପୁରର ମାଡ଼ପାଲର ଅଞ୍ଚଳରେ ବୋଲି ଜଣାପଡ଼ିଥିବା ବେଳେ ସେମାନେ ଚରମୂଳା ଗ୍ରାମରେ ଏକ ବିବାହ ଭିଜିରେ ଯୋଗ ଦେଇ ନିଜ ଗ୍ରାମକୁ ଫେରୁଥିଲେ। ହ୍ରରଦଳି ନିକଟରେ ବିପରୀତ ଦିଗରୁ ଆସୁଥିବା ଟିପର ସହ ଧକ୍କା ହୋଇଥିଲା । ମୃତ ତିନି ବ୍ୟକ୍ତି ହେଲେ ଭଜନ ସିଂହ ସାହାଣୀ,(26) ପ୍ରୀତମ ସରଦୁଲ(22) ଏବଂ ସମ୍ବରୁ (36)ବୋଲି ଜଣାପଡିଛି। ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ଟିପର ଏବଂ ବାଇକକୁ ଜବତ କରିଛି ପୋଲିସ।

Advertisement