Thursday, September 24, 2026
ADVERTISEMENT
Home କୋରାପୁଟ ୫ଟିର ପ୍ରଭାବ: ଆମ୍ବଗୁଡା ଫାଣ୍ଡି ଅଧିକାରୀ ଗିରଫ

୫ଟିର ପ୍ରଭାବ: ଆମ୍ବଗୁଡା ଫାଣ୍ଡି ଅଧିକାରୀ ଗିରଫ

335
ADVERTISEMENT

ବୋରିଗୁମ୍ମା,୭/୨(ଦୟାନିଧି ପଟ୍ଟନାୟକ): ଲାଞ୍ଚ ନେବା ଅଭିଯୋଗରେ ଆମ୍ବଗୁଡା ଫାଣ୍ଡି ଅଧିକାରୀ ନାରାୟଣ ପଟନାୟକ ଗିରଫ। ଜୟପୁର କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନିରେ ଏସ୍‌ପି ମୁକେଶ ଭାମୁ କହିଛନ୍ତି। ଡିସେମ୍ବର ୨୪ ତାରିଖରେ ଆମ୍ବଗୁଡା ଫାଣ୍ଡି ଅନ୍ତର୍ଗତ କୁମୁଲିପୁଟ ଦୁର୍ଘଟଣାରେ ମୂଳାଶୁର ଗାର ଦେବେନ୍ଦ୍ର ତନ୍ତୀର ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିବାରକୁ ସମବେଦନା ବଦଳରେ ଫାଣ୍ଡି ଅଧିକାରୀ ଗାଡିର ଇନ୍ସୁରାନ୍ସ ଅନ୍ୟାନ୍ୟ ବାବଦକୁ ୧୦ହଜାର ଲାଞ୍ଚ ମାଗିଥିଲେ ହେଲେ ପରିବାର ଲୋକ ୬ହଜାର ଦେଇଥିଲେ ଓ ବ୍ୟବଛେଦ ପାଇଁ ଡାକ୍ତର ୩ହଜାର ମାଗିଥିଲେ ହେଲେ ୨.୫୦୦ ଟଙ୍କା ଦେଇଥିବା ପରିବାର ଲୋକେ କହିଛନ୍ତି । ମୋ ସରକାର ପକ୍ଷରୁ ମୃତକ ଦେବେନ୍ଦ୍ର ତନ୍ତୀଙ୍କ ପରିବାରକୁ ଫୋନ ଆସିଥିଲା ଯେଉଁଥିରେ କି ସମସ୍ତ ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗୁରୁତର ସହ ନେଇ ଫାଣ୍ଡି ଆଧିକାରୀଙ୍କୁ ନିଲମ୍ବନ ସହ ଗିରଫ କରାଯାଇ କୋର୍ଟ ଚାଲାଣ କରିଛନ୍ତି ଏହାସହ ଡାକ୍ତର ଲାଞ୍ଚ ମାଗିଥିବା ଅଭିଯୋଗର ତଦନ୍ତ ଜାରି ରହିଥିବା ଏସ୍‌ପି କହିଛନ୍ତି ।

Advertisement