Tuesday, September 29, 2026
ADVERTISEMENT
Home କୋରାପୁଟ ୬୪ଟି ବିଦ୍ୟାଳୟକୁ ବ୍ରୋଞ୍ଜ ପଦକ

୬୪ଟି ବିଦ୍ୟାଳୟକୁ ବ୍ରୋଞ୍ଜ ପଦକ

269
ADVERTISEMENT


ବୋରିଗୁମ୍ମା,୭/୨(ଦୟାନିଧି ପଟ୍ଟନାୟକ): ବୋରିଗୁମ୍ମା ବ୍ଲକରେ ଗାରିମା ବ୍ରୋଞ୍ଜ ପଦକ ପାଇଁ ୬୪ଟି ବିଦ୍ୟାଳୟକୁ ଯୋଗ୍ୟ ବିବେଚିତ କରାଯାଇଥିଲା।ଏଥିରୁ ୯ଟି ବିଦ୍ୟାଳୟ ବ୍ରୋଞ୍ଜ ପଦକ ପ୍ରାପ୍ତ କରିଥିଲେ। ବର୍ତମାନ ପୁଣି ସେହି ୯ଟି ବିଦ୍ୟାଳୟକୁ ନେଇ ଗାରିମା ସିଲଭର ପଦକ ପରୀକ୍ଷା ହୋଇଥିଲା।ଏଥିରୁ ୮ଟି ବିଦ୍ୟାଳୟ ସିଲଭର ପଦକ ପ୍ରାପ୍ତ କରିଥିଲେ। ବିଦ୍ୟାଳୟ ଗୁଡିକ ହେଲା ୧. ବଡନାୟକଗୁଡା ୨. ବ୍ଲକ୍ କଲୋନୀ ୩. ଖୁଟୁଲୁ ଗୁଡା ୪. ଭୈରବ ମାର୍ଗ ୫. ସାନ ମାଝୀଗୁଡା ୬. ମୁଦୁଲି ଗୁଡା ୭. ପାଙ୍ଗି ଗୁଡା ୮. ଭିତରବଡି । ବିଦ୍ୟାଳୟ ଏବଂ ଗଣଶିକ୍ଷା ତରଫରୁ ଉକ୍ତ ସିଲଭର ପଦକ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ,ଉପ- ଗୋଷ୍ଠୀ ଶିକ୍ଷା ଅଧିକାରୀ ତିନିଜଣ ଏବଂ ବ୍ଲକ୍ ର ସତର ଜଣ ସି ଆରସିସିଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା।

Advertisement