ଲକ୍ଷ୍ନୌ: ଗ୍ୟାସ୍‌ ଲିକ୍‌, ୭ ମୃତ

267
ADVERTISEMENT

ଲକ୍ଷ୍ନୌ, ୬।୨(ଡିଏଚ୍): ଉତ୍ତରପ୍ରଦେଶର ସୀତାପୁର ଅଞ୍ଚଳରେ ଏକ ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ଲିକ୍‌ ଯୋଗୁଁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ଲିକ୍‌ ହୋଇଯାଇଥିଲା। ଏହି ସମୟରେ ସେଠାରେ ଥିବା ୭ ଜଣ ଅଣନିଃଶ୍ଵାସୀ ହୋଇ ଚେତାଶୂନ୍ୟ ହୋଇପଡ଼ିଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା, ୨ ଜଣ ପୁରୁଷ ଏବଂ ୪ ଶିଶୁ ରହିଛନ୍ତି। ସିଏମଓ, ଜିଲା ମାଜିଷ୍ଟ୍ରେଟ ଏବଂ ଏସପି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିତ ତଦନ୍ତ କରିଛନ୍ତି।

Advertisement