ଶ୍ରୀନଗର,୫।୨(ଡି.ଏଚ): ବୁଧବାର ଦିନ ଶ୍ରୀନଗ ସହର ବାହାରେ ଗୁଳି ବିନିମୟ ଘଟି କେନ୍ଦ୍ରୀୟ ରିଜର୍ଭ ପୁଲିସ୍ର (ସିଆର୍ପିଏଫ୍) ଜଣେ ଯବାନ ସହିଦ ହୋଇଛନ୍ତି ଓ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି। ଶାଲତେଙ୍ଗାର ଲେଓ୍ଵପୋରା ଅଞ୍ଚଳରେ ଆତଙ୍କବାଦୀମାନେ ନିରାପତ୍ତା ବଳ ଉପରକୁ ଗୁଳି ଚଳାଇଥିଲେ ବୋଲି ପୁଲିସ କର୍ମଚାରୀମାନେ କହିଛନ୍ତି। ନିରାପତ୍ତା ବଳ ଏହାର ପାଲଟା ଜବାବ ଦେବାରୁ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ ।





















