ଯୋଗୀ ସରକାର : ବାବରୀ ମସଜିଦ୍‌ ପାଇଁ ଦେଲେ ୫ଏକର ଜମି

535
ADVERTISEMENT

ଆଯୋଧ୍ୟା,୫।୨(ଡି.ଏଚ): ରାମମନ୍ଦିର ଟ୍ରଷ୍ଟ ଘୋଷଣା ହେବା ପରେ ଏବେ ଯୋଗୀଙ୍କ କ୍ୟାବିନେଟ ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ଜମି ପ୍ରଦାନ ନେଇ ଏକ ପ୍ରସ୍ତାବକୁ ପାସ୍‌ କରିଛନ୍ତି। ଆଯୋଧ୍ୟାର ସୋହାବଲ ତହସିଲର ଧନିପୁର ଗାଁରେ ସୁନ୍ନି ଓ୍ବାକଫ୍‌ ବୋର୍ଡଙ୍କୁ ଜମି ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି। ବୁଧବାର ୫ଏକର ଜମି ପ୍ରସ୍ତାବ ପାସ୍‌ ହୋଇଥିବା ନେଇ ସରକାରଙ୍କ ମୁଖପାତ୍ର ସିଦ୍ଧାର୍ଥନାଥ ସିଂହ ସୂଚନା ଦେଇଛନ୍ତି। କେନ୍ଦ୍ରକୁ ୩ଟି ବିକଳ୍ପ ଜମି ପାଇଁ ପ୍ରସ୍ତାବ ଦିଆଯାଇଥିଲା। ସେଥିମଧ୍ୟରୁ ଏହି ଜମିପାଇଁ ସହମତି ପ୍ରକାଶ ପାଇଥିଲା ବୋଲି ସେ କହିଛନ୍ତି। ତେବେ ମସଜିଦ୍‌ ପାଇଁ ଧନିପୁରରେ ଜମି ଦିଆଯିବାକୁ ଥିବା ବେଳେ ଏହା ମୁଖ୍ୟାଳୟରୁ ୧୮ କିଲୋମିଟରେ ଦୂରରେ ଥିବା ଜଣାପଡ଼ିଛି।

Advertisement