Tuesday, September 8, 2026
ADVERTISEMENT
Home Uncategorized ନୂଆ ମୋଟରଯାନ ଆଇନ ସଂସଦରେ ଆଗତ: ରହିଛି କଡ଼ା ଦଣ୍ଡବିଧାନ ବ୍ୟବସ୍ଥା

ନୂଆ ମୋଟରଯାନ ଆଇନ ସଂସଦରେ ଆଗତ: ରହିଛି କଡ଼ା ଦଣ୍ଡବିଧାନ ବ୍ୟବସ୍ଥା

435
ADVERTISEMENT

ନୂଆଦିଲ୍ଲୀ, ୨୯/୬(ଡ଼ିଏଚବି): ନୂଆ ମୋଟରଯାନ ଆଇନକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। କଡ଼ା ନିୟମ ଥିବା ଏହି ବିଧେୟକ ସଂସଦରେ ଗୃହୀତ ହେବାପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ତେବେ ରାଷ୍ଟ୍ରପତି ଗୃହିତ କଲା ପରେଯାଇ ଏହା ଆଇନରେ ପରିଣତ ହେବ। ଏହି ନୂତନ ଆଇନରେ କଡ଼ା ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ତେବେ ନୂଆ ମୋଟର ଯାନ ଆଇନରେ କ’ଣ ନିୟମ ରହିଛି ଆସନ୍ତୁ ଜାଣିବା-

  • ଆମ୍ବୁଲାନ୍ସକୁ ରାସ୍ତାରେ ଅଟକାଇଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।
  • ଧାର୍ଯ୍ୟ ବେଗରୁ ଅଧିକ ବେଗରେ ଗାଡ଼ି ଚଳାଇଲେ ୧ ହଜାରରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ।
  • ବିନା ବୀମା ଥିବା ଗାଡ଼ି ଚଳାଇଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।
  • ବିନା ହେଲମେଟ୍‌ରେ ଗାଡ଼ି ଚଳାଇଲେ ୧ ହଜାର ଟଙ୍କା ଜରିମାନା ସହ ୩ ମାସ ଲାଇସେନ୍ସ ରଦ୍ଦ କରାଯିବ।
  • କର୍ତ୍ତୃପକ୍ଷଙ୍କ ଆଇନ ଉଲ୍ଲଂଘନ କଲେ ୨ ହଜାର ଟଙ୍କା ଦେବାକୁ ପଡ଼ିବ।
  • ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।
  • ଲାଇସେନ୍ସ ରଦ୍ଦ ହେବାପରେ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ।
  • ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା ଦେବାକୁ ପଡ଼ିବ।
  • ମଦ୍ୟପାନ କରି ଗାଡି ଚଳାଇଲେ ୧୦ହଜାର ଟଙ୍କା ଦେବାକୁ ପଡ଼ିବ।
  • ବିନା ସିଟ୍ ବେଲ୍ଟ ବାନ୍ଧି ଗାଡ଼ି ଚଳାଇଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।
  • ଗାଡ଼ିରେ ଓଭରଲୋଡିଂ କଲେ ୨୦ ହଜାର ଟଙ୍କା ଜରିମାନା ଦେବାକୁ ବିଧେୟକରେ ବ୍ୟବସ୍ଥା ରହିଛି।
  • ଏହାସହ ଅଭିଭାବକଙ୍କ ଜାଣତରେ ଯଦି ନାବାଳକ କିମ୍ବା ନାବାଳିକା ଗାଡ଼ି ଚଳାଇ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରନ୍ତି ତେବେ ଅଭିଭାବକଙ୍କୁ ୨୫ ହଜାର ଟଙ୍କା ଜରିମାନା ସହ ୩ ବର୍ଷ ଜେଲଦଣ୍ଡ ଏବଂ ଗାଡିର ଲାଇସେନ୍ସରଦ୍ଦ କରାଯିବା ବ୍ୟବସ୍ଥା ରହିଛି।

ସେହିପରି, ନୂଆ ନିୟମ ଅନୁଯାୟୀ ଏଣିକି ଗାଡ଼ି ଲାଇସେନ୍ସ କିମ୍ବା ଗାଡ଼ି ରେଜିଷ୍ଟ୍ରେସନ କରିବାକୁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି।

Advertisement