କେରଳ, ୦୩/୦୨ (ପିଆଇବି): କେରଳରେ ତୃତୀୟ ରୋଗୀ ନୋଭେଲ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରାନ୍ତ ଜଣକ ଚୀନର ଉହାନରୁ ଫେରିଥିଲେ ।
ତାଙ୍କ ଠାରେ କରୋନା ଭୂତାଣୁ ସଂକ୍ରମଣ ଚିହ୍ନଟ ହେବା ପରେ ତାଙ୍କୁ ଡାକ୍ତରଖାନାରେ ପୃଥକ ଭାବେ ରଖି ଚିକିତ୍ସା କରାଯାଉଛି ।
ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଓ ତାଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ।

















