ଐତିହାସିକ ମାଘ ମଣ୍ଡେଇ ବାଲିଯାତ୍ରାରେ ଚଳଚଞ୍ଚଳ ବୋରିଗୁମ୍ମା

305
ADVERTISEMENT

ଜୟପୁର,୩।୨(ଦୟାନିଧି ପଟ୍ଟନାୟକ) : ଆଧୁନିକ ଯୁଗରେ ମଣିଷ ପାଦଦେଇଛିନ୍ତି ସତ। ହେଲେ ଆଧୁନିକତାର ଚାକ ଚକ୍ୟରେ ରହି ବି ଭୁଲିନାହାନ୍ତି ନିଜର କଳା, ସଂସ୍କୃତି ଏବଂପରମ୍ପରାକୁ। ଆଉ ଏବେ ବି ବଞ୍ଚିରହିଛି ଆଦିବାସୀଙ୍କ ନିଆରା ପରମ୍ପରା। ଆଦିବାସୀଙ୍କ ବିଶ୍ୱାସର ବାର୍ତା ବହନ କରୁଥିବା ଐତିହ ମାଘ ମଣ୍ଡେଇ ଏବଂ ବାଲିଯାତ୍ରା ସେଭଳି ନିଆର ପର୍ବର ଝଲକ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ରେ।ଆଉ ଏହି ପର୍ବ ରେ ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ବାଜା ବଜଣା ସାଙ୍ଗକୁ ନାଚ ଗୀତ ରେ ବେଶ ମଝବୁଲ ଥିବା ବେଳେ ଏଥିରେ ବିଧାୟକ ଏବଂ ରଜ ନେତା ମାନେ ମଧ୍ୟ ଯୋଗ ଦେଇ ନିଜ ନିଜର ସ୍ଥିତି ଜାହିର କରିବା ସହ ବେଶ ମଜା ଉଠାଇଥିଲେ।
କୋରପୁଟ ଜିଲା ବୋରିଗୁମ୍ମା ଠାରେ ଆଦିବାସୀ ପରମ୍ପରା ବହନ କରୁଥିବା ଐତିହାସିକ ବାଲି ଯାତ୍ରା ଆଜି ଧୁମ ଧାମ ର ସହ ପାଳନ କରାଯାଇଛି । ପ୍ରତି 3ବର୍ଷରେ ଥରେ ପାଳିତ ହେଉଛି ଅଦବାସୀ ପରମ୍ପରା ବହନ କରୁଥିବା ଐତିହାସିକ ବାଲିଯାତ୍ରା।ଆଉ ଚଳିତ ବର୍ଷ ପ୍ରଥମ ଦିନରେ ମାଘ ମଣ୍ଡେଇ ତା ସାଙ୍ଗକୁ ବାଲିଯାତ୍ରା ବୋରିଗୁମ୍ମା ବାସୀଙ୍କ ଉତ୍ସହକୁ ଦୁଇ ଗୁଣିତ କରିଥିଲା।ପାରମ୍ପରିକ ରୀତିନୀତିରେ ବାଜା ବଜଣା ନାଚ ଗୀତରେ ସାଙ୍ଗକୁ ହଜାର ହଜାର ହଜାର ଲୋକଙ୍କ ସମାବେଶରେ ଆଜି ପୁରୁଣା ବୋରିଗୁମ୍ମା ଠାରେ ଥିବା ବାଲି କୁଡ଼ିଆରୁ ବାଲି ଚାଙ୍ଗୁଡ଼ିରେ ଗଜା ଶସ୍ୟକୁ ସହ ସହ ମହିଳା ନିଜ ନଜ ମୁଣ୍ଡରେ ବୁହି ଥିବା ବେଳେ ପୁରୁଷ ଲୋକ ମାନେ ଚାଷ କାମରେ ବ୍ୟବହୃତ ହଳ, ଲଙ୍ଗଳ, କୋଡ଼ି କାଉଡି କୁ ବୋହି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଥିlଲେ। ଆଉ ଏହି ଶୋଭାଯାତ୍ରରେ ପିଲା ଠାରୁ ଆରମ୍ଭ କରି ଯୁବକ,ଯୁବତୀ, ବୃଦ୍ଧା ଏବଂ ବୃଦ୍ଧ ସମସ୍ତ ବାଜା ବଜଣା ସାଙ୍ଗକୁ ନାଚଗୀତ ର ମଜା ରେ ଝୁମିଲେ ସମସ୍ତେ।ଏହି ସିଭାଯାତ୍ରାଟି ସ୍ତାନୀୟ ହାଟପଦା ନିକଟରେ ଥିବା ଠାକୁରାଣୀ ଙ୍କର ପୀଠରେ ରଖା ଯାଇଯାଇ ଓ ପୂଜାର୍ଚନା ପରେ ଭୀମ କାଠ ମୂର୍ତି ସ୍ଥାପନ କରାଯାଇଥାଏ। ସେପଟେ ଏହି ଐତିହାସିକ ବାଲିଯାତ୍ରାରେ ଜୟପୁର ନିର୍ବାଚନ ମଣ୍ଡଳୀରେ ତିନି ପ୍ରତିଦ୍ବନ୍ଦି ବିଧାୟକ ତାରାପ୍ରସାଦ ବାହିନୀ ପତି,ଏବଂ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ,ଏବଂ ବିଜେପି ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ ପ୍ରମୁଖ ସାମିଲ ହୋଇ ଯାତ୍ରାର ମଜା ନେବା ସଂଗେ ସଂଗେ ବୋରିଗୁମ୍ମା ବାସୀଙ୍କୁ ସୁବେଛା ଜଣାଇଥିଲେ। ଆଖ ପାଖ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ସମାଗମ ଯଗୁ ଆଇନ ଶୃଙ୍ଖଳ ପ୍ରତି ପୋଲିସ ସଜାଗ ରହିଥିବା ଦେଖିବାକୁ ମିଳିଥିଲା।

Advertisement