ବୁହାନ ଏୟାରଲିଫ୍ଟ: ଦିଲ୍ଲୀରେ ପହଞ୍ଚିଲେ ପୁଣି ୩୨୩ ଭାରତୀୟ

251
ADVERTISEMENT

ନୂଆଦିଲ୍ଲୀ,୨।୨(ଡି.ଏଚ) : କରୋନା ଭୁତାଣୁ ଚାଇନାର ବୁହାନରେ ମହାମାରୀ ସୃଷ୍ଟି କରିଛି। ବୁହାନରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା କାର୍ଯ୍ୟ ଜାରି ରହିଛି। ଶନିବାର ପ୍ରଥମ ଥର ଏୟାରଲିଫ୍ଟରେ ୩୨୪ ଭାରତୀୟ ବୁହାନରୁ ଭାରତ ଫେରିଥିଲେ । ରବିବାର ପୂର୍ବାହ୍ନ ୯ଟା ୧୦ରେ ପୁଣି ୩୨୩ ଜଣ ଭାରତୀୟ ଚାଇନାରୁ ଦିଲ୍ଲୀରେ ଆସିଛନ୍ତି। ବୁହାନରୁ ଭୋର୍‌ ୩ଟା ୧୦ରେ ବିମାନ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ଦ୍ୱିତୀୟ ଥର ଦିଲ୍ଲୀ ଆସିଥିବା ବିମାନରେ ୭ ଜଣ ମାଳଦୀପ ନାଗରିକ ଅଛନ୍ତି।

Advertisement