
ନୂଆଦିଲ୍ଲୀ, ୩୦/୧(ପିଆଇବି): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସହିଦ ଦିବସ ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଜଘାଟଠାରେ ପ୍ରଧାନମନ୍ତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ଜରିଆରେ କହିଛନ୍ତି, “ସହିଦ ଦିବସ ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି । ମହାତ୍ମାଙ୍କ ବ୍ୟକ୍ତିତ୍ୱ, ଚିନ୍ତାଧାରା ଏବଂ ଆଦର୍ଶ ଏକ ସୁଦୃଢ଼ ଏବଂ ସମୃଦ୍ଧ ନୂତନ ଭାରତ ଗଠନ କରିବା ଦିଗରେ ଆମକୁ ଅନୁପ୍ରାଣିତ କରିବ ।”



















