ବେଙ୍ଗାଲୁରୁ ବିଶ୍ୱର ସବୁଠୁ ଅଧିକ ଟ୍ରାଫିକ୍‌ ଥିବା ସହର

323
ADVERTISEMENT

ବେଙ୍ଗଲୁରୁ,୩୦।୧( ଡିଏଚ ): ବିଶ୍ୱର ୧୦ଟି ସବୁଠୁ ଅଧିକ ଟ୍ରାଫିକ୍‌ ଥିବା ସହର ମଧ୍ୟରେ ଭାରତର ୪ଟି ସହର ସ୍ଥାନ ପାଇଛି। ସେଗୁଡିକ ହେଲା ବେଙ୍ଗାଲୁରୁ, ମୁମ୍ବାଇ, ପୁନେ ଏବଂ ଦିଲ୍ଲୀ। ନିକଟରେ ନେଦରଲାଣ୍ଡର ଟ୍ରାଫିକ୍‌ ଇଣ୍ଡେକ୍ସ ସଂସ୍ଥା ‘ଟମଟମ୍‌’ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ଏହି ତଥ୍ୟ ସାମ୍ନାକୁ ଆସିଛି। ବେଙ୍ଗାଲୁରୁ ବିଶ୍ୱର ସବୁଠୁ ଅଧିକ ଟ୍ରାଫିକ ଥିବା ସହର ମଧ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଏହି ସହରରେ ଟ୍ରାଫିକ୍‌ରେ ଯାତ୍ରୀମାନେ ୭୧ପ୍ରତିଶତ ଅଧିକ ସମୟ ଫଶିରହୁଛନ୍ତି ବୋଲି ଉକ୍ତ ସର୍ଭେରେ କୁହାଯାଇଛି। ଲାଇଭ୍‌ ଟ୍ରାକିଙ୍ଗ୍‌ ସିଷ୍ଟମ ଅନୁଯାୟୀ, ବର୍ତ୍ତମାନ ଏହି ସହରରେ ୨୯୧ ଯାଗାରେ ଟ୍ରାଫିକ୍‌ ଜାମ୍‌ ରହୁଛି। ଯାହା ୧୪୫.୭ କିମି ପର୍ଯ୍ୟନ୍ତ ବ୍ୟାପି ରହିଛି। ଶୁକ୍ରବାର ୭ଟାରୁ ୮ଟା ମଧ୍ୟରେ ବେଶୀ ଟ୍ରାଫିକ୍‌ ଭିଡ ପରିଲକ୍ଷିତ ହେଉଛି। ୨୦୧୯ରେ ଯାତ୍ରୀମାନେ ୨୪୩ ଘଣ୍ଟା ଟ୍ରାଫିକ୍‌ରେ ବିତାଇଛନ୍ତି। ଏହି ତାଲିକାର ଚତୁର୍ଥ ସ୍ଥାନରେ ମୁମ୍ବାଇ, ପୁନେ ପଞ୍ଚମ ଏବଂ ଦିଲ୍ଲୀ ଷଷ୍ଠ ସ୍ଥାନରେ ରହିଛି।

Advertisement