ବସନ୍ତ ପଞ୍ଚମୀ ଅବସରରେ ପ୍ରୟାଗରାଜରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ

346
ADVERTISEMENT

ପ୍ରୟାଗରାଜ,୩୦।୧( ଡିଏଚ ): ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବସନ୍ତ ପଞ୍ଚମୀ ଅବସରରେ ଗୁରୁବାର ପ୍ରୟାଗରାଜରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ସେ ପ୍ରୟାଗରାଜର ସଙ୍ଗମ ଘାଟରେ ବୁଡ ପକାଇଥିଲେ। ଏହି ସମୟରେ ତାଙ୍କ ସହ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂ, ଭାଜପା ପ୍ରଦେଶ ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଦୁଇ ଦିବସୀୟ ଗସ୍ତରେ ଗୁରୁବାର ଗୋରଖପୁର ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଆୟୋଜିତ କିଛି କାର୍ଯ୍ୟକ୍ରମରେ ସେ ଯୋଗ ଦେବେ ବୋଲି ଜଣାପଡିଛି।

Advertisement