ଆତ୍ମ ସମର୍ପଣ କଲେ ଏନ୍‌ଡିଏଫ୍‌ବିର ୧,୬୧୫ କ୍ୟାଡର

290
ADVERTISEMENT

ଗୁଆହାଟି,୩୦।୧( ଡିଏଚ ): ଆସାମ ଗୁଆହାଟିର ଏକ ସମାରୋହରେ ନ୍ୟାଶନାଲ ଡେମୋକ୍ରେଟିକ ଫ୍ରଣ୍ଟ ଅଫ୍‌ ବୋଡୋଲାଣ୍ଡ(ଏନ୍‌ଡିଏଫ୍‌ବି)ର ବିଭିନ୍ନ ଗ୍ରୁପର ପ୍ରାୟ ୧,୬୧୫ କ୍ୟାଡର ନିଜ ନିଜ ମାରଣାସ୍ତ୍ର ସହ ଗୁରୁବାର ଆତ୍ମସମର୍ପଣ କରିଥିବା ସୂଚନା କିଳିଛି। ସୂଚନାଯୋଗ୍ୟ, ଭାରତ ସରକାର ଜାନୁୟାରୀ ୨୭ରେ ଏନ୍‌ଡିଏଫ୍‌ବି ଗ୍ରୁପ ଓ ଆସାମ ସରକାରଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିରେ ହସ୍ତାକ୍ଷର କରିଥିଲେ। ଏହା ପୂର୍ବରୁ ୨୩ ଜାନୁୟାରୀରେ ଆସାମ ସରକାରଙ୍କୁ ଏକ ବଡ ସଫଳତା ମିଳିଥିଲା। ଏହିଦିନ ୮ଟି ସଙ୍ଗଠନର ପ୍ରାୟ ୬୪୪ ଉଗ୍ରବାଦୀ ୧୭୭ ଅସ୍ତ୍ରଶସ୍ତ ସହ ଆତ୍ମ ସମର୍ପଣ କରିଥିଲେ।

Advertisement